ଏହି ବ୍ୟକ୍ତିଙ୍କ ଶରୀରରେ ରହିଛି ୫ଟି କିଡନୀ ! ପଢନ୍ତୁ ତାଙ୍କ ଜୀବନର ପୁରା କାହାଣୀ ।

63

ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ । ଏହି ବ୍ୟକ୍ତିଙ୍କ ଶରୀରେ ରହିଛି ୫ଟି କିଡନୀ । ଦୁଇଟି ପିଲାର ବାପା ଡେରେନ ଫାର୍ଗ୍ୟୁସନଙ୍କ ଶରୀରରେ ଜନ୍ମରୁ ଏପର୍ଯ୍ୟନ୍ତ ପାଞ୍ଚୋଟି କିଡନୀ ପ୍ରତ୍ୟାରୋପଣ କରାଯାଇ ସାରିଲାଣି । ଏବେ ଯାଏଁ ସେ ସମସ୍ତ କିଡନୀ ଡେରେନଙ୍କ ଶରୀରରେ ରହିଛି । ୩୭ ବର୍ଷୀୟ ଡେରେନଙ୍କର ୫ ବର୍ଷ ବୟସରେ ପ୍ରଥମ କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା ।

ଡେରେନ ଜନ୍ମ ସମୟରୁ ହିଁ କିଡନୀ ରୋଗରେ ପୀଡିତ ଥିଲେ । ଡେରେନଙ୍କ ଏହି ରୋଗ ସମ୍ପର୍କରେ ଡାକ୍ତର ଜନ୍ମର ୪ ସପ୍ତାହ ମଧ୍ୟରେ ଜାଣିପାରିଥିଲେ । ତେଣୁ ଲଂଣ୍ଡନର ଗ୍ରେଟ ଆରମଣ୍ଡ ଷ୍ଟ୍ରିଟ ହସ୍ପିଟାଲରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ସେବେଠାରୁ ନେଇ ଏପର୍ଯ୍ୟନ୍ତ ପ୍ରତି ୧୦ ବର୍ଷରେ ଡେରେନଙ୍କ ଶରୀରରେ କିଡନୀର ପ୍ରତ୍ୟାରୋପଣ କରାଯାଉଛି । ଏହି ପରିସ୍ଥିତିକୁ ଦେଖି ଡାକ୍ତର କହିଥିଲେ ଡେରେନ କେବେ ପିତା ହୋଇପାରିବେ ନାହିଁ କିନ୍ତୁ ଡେରେନ ଡାକ୍ତରଙ୍କ ଏହି କଥାକୁ ମିଛ ସାବ୍ୟସ୍ତ କରି ଦୁଇଟି କନ୍ୟା ଇମାନୀ ଏବଂ ବାଇଲାର ପିତା ହୋଇପାରିଛନ୍ତି । ଡେରେନଙ୍କ ଶରୀରରେ ପ୍ରଥମ ଥର ପାଇଁ ୫ ବର୍ଷ ବୟସରେ କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା । ଦ୍ୱିତୀୟ ଥର ପାଇଁ ୧୬ ବର୍ଷ ବୟସରେ , ତୃତୀୟ ଥର ୨୧ ବର୍ଷରେ , ଚତୁର୍ଥ ଥର ୨୪ ବର୍ଷ ବୟସରେ ଏବଂ ୨୦୧୧ରେ ତାଙ୍କ ଶରୀରରେ ପଞ୍ଚମ କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା । ଶେଷ ଥର ପ୍ରତ୍ୟାରୋପଣରେ ଡେରେନଙ୍କ ବନ୍ଧୁ ଲି.ଫେରିଗନଙ୍କ ପତ୍ନୀ କେଶାଙ୍କ କିଡନୀ ଲଗାଯାଇଥିଲା । କ୍ୟାନସରରେ ପୀଡିତ ଥିବା କାରଣରୁ ଲି’ଙ୍କ ପତ୍ନୀ କେଶା ୩୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ସେ ମୃତ୍ୟୁ ପୂର୍ବରୁ ତାଙ୍କ ସ୍ୱାମୀ ଲି’ଙ୍କୁ କହିଥିଲେ ମୁଁ ଡେରେନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି । ତେଣୁ ମୋ ମୃତ୍ୟୁ ପରେ ମୋର କିଡନୀ ଡେରେନଙ୍କୁ ଦାନ କରିଦେବେ । ପତ୍ନୀଙ୍କ କଥାକୁ ସମ୍ମାନ ଦେଇ ଲି ଡେରେନଙ୍କୁ କେଶାଙ୍କ କିଡନୀ ଦାନ କରିଥିଲେ ।

ଏତେ କଷ୍ଟରେ ଥାଇ ମଧ୍ୟ ଡେରେନ କୁହନ୍ତି ମୁଁ ସୁସ୍ଥ ଅଛି । ମୋର ଯାହା ଇଛା ମୁଁ ତାହା କରିପାରୁଛି । ଦୁନିଆରେ ବୁଲିପାରୁଛି । ସବୁଠୁ ବଡ କଥା ମୁଁ ଦୁଇଟି କନ୍ୟାର ପିତା ମଧ୍ୟ ହୋଇପାରିଛି । ମୁଁ ସମ୍ପୂର୍ଣ୍ଣ ଭାବରେ ଫିଟ ଅଛି ଏବଂ ବହୁତ ଖୁସିରେ ଅଛି ।