ଜୋତାରେ ବ୍ୟାଙ୍କକରୁ ଭୁବନେଶ୍ୱର ଆସିଲା ୫ କେଜିରୁ ଉର୍ଦ୍ଧ୍ୱ ସୁନା ! ବିମାନବନ୍ଦରରେ ରାଜସ୍ୱ ଗୁଇନ୍ଦା ବିଭାଗ କଲା ଜବତ

24

କନକ ବ୍ୟୁରୋ : ସୁନା ଚୋରାଚାଲାଣର ହବ ପାଲଟିଛି ରାଜଧାନୀ ଭୁବନେଶ୍ୱର । ପୁଣିଥରେ ଆଜି ଭୁବନେଶ୍ୱର ବିମାନମନ୍ଦରରୁ ଜବତ ହୋଇଛି ସୁନା । ୫ କେଜିରୁ ଉଦ୍ଧ୍ୱର୍ ସୁନା ବିସ୍କୁଟ ଜବତ କରିଛି ରାଜସ୍ୱ ଗୁଇନ୍ଦା ବିଭାଗ । ବ୍ୟାଙ୍କକରୁ ଭୁବନେଶ୍ୱର ଚୋରାଚାଲାଣ କରାଯାଉଥିବା ବେଳେ ଏସବୁ ସୁନାକୁ ଜବତ କରାଯାଇଛି । ଜବତ ହୋଇଥିବା ସୁନାର ମୂଲ୍ୟ ପାଖାପାଖି ୧ କୋଟି ୮୯ ଲକ୍ଷ ଟଙ୍କା ।

ଗୁଇନ୍ଦା ବିଭାଗ ରାଡ଼ାରରେ ନ ଆସିବା ପାଇଁ ଏଥର ଜୋତାର ସହାୟତା ନେଇଥିଲେ ଚୋରାଚାଲାଣକାରୀ । ଜୋତା ଭିତରେ ସୁନାକୁ ଲୁଚାଇ ଆଣିଥିଲେ ଗୁଇନ୍ଦା ବିଭାଗର ରାଡ଼ାରରେ ରକ୍ଷା ପାଇନଥିଲେ । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାପଡିଛି । ଅଟକ ୩ ଜଣ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି ।