କନକ ବ୍ୟୁରୋ: ମଣିପୁରରେ ବଡ ଉଗ୍ରବାଦୀ ଆକ୍ରମଣ । ସେନା ଉପରେ ଉଗ୍ରବାଦୀ କରିଛନ୍ତି ବଡ ଆକ୍ରମଣ । ଆକ୍ରମଣ ରେ ଗଲା କମାଣ୍ଡିଙ୍ଗ ଅଫିସରଙ୍କ ଜୀବନ । ୩ ଜବାନଙ୍କ ସହ ୬ ଜଣଙ୍କ ଜୀବନ ଗଲା । ମଣିପୁର ଚୁରାଚାନ୍ଦପୁର ଜିଲ୍ଲା ର ସିଘାଟରୁ ଆସିଲା ଭୟାନକ ଖବର । ଆସାମ ରାଇପଲସ ର କମାଣ୍ଡିଙ୍ଗ ଅଫିସରଙ୍କ ଟିମ ଉପରେ ଆତଙ୍କୀମାନେ କରିଛନ୍ତି ଆକ୍ରମଣ ।

Advertisment

ମଣିପୁରରେ ସେନାର ଏକ ଟିମ୍ ଉପରେ ଆତଙ୍କୀ ଆକ୍ରମଣ । ପୂର୍ବରୁ ଯୋଜନା ପ୍ରସ୍ତୁତ କରି ୪୬ ଆସାମ ରାଇପଲସ୍ର ଏକ ଟ୍ରୁପ ଉପରେ ଆଇଡି ଆଟାକ ସହ ଗୁଳି ବର୍ଷଣ କରିଛନ୍ତି ଉଗ୍ରବାଦୀମାନେ । ଏହି ଘଟଣାରେ ୪ ଯବାନଙ୍କ ସମେତ ଆସାମ ରାଇଫଲସ ର କମାଣ୍ଡିଙ୍ଗ ଅଫିସର ତାଙ୍କ ପତ୍ନୀ ଓ ୬ ବର୍ଷ ପୁଅର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

- ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାର ସିଂଘାଟ୍ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି
- ଶନିବାର ସକାଳ ୧୦ଟାରେ ୪୬ ଆସାମ ରାଇଫଲ୍ସର କମାଣ୍ଡିଂ ଅଫିସରଙ୍କ ଟିମ୍ ଉପରେ ଉଗ୍ରବାଦୀମାନେ ହଠାତ୍ ଆକ୍ରମଣ କରିଥିଲେ
- ପ୍ରଥମେ ଆଇଡି ଓ ପରେ ଏକେ ୪୭ ଦ୍ୱାରା ଆଖିବୁଜା ଗୁଳିଚାଳନା କରିଥିଲେ ଉଗ୍ରବାଦୀ
- ଘଟଣା ସ୍ଥଳରେ କମାଣ୍ଡିଂ ଅଫିସର ତାଙ୍କ ପତ୍ନୀ ଓ ୬ ବର୍ଷର ପୁଅ ସମେତ କୁଇକ୍ ଆକ୍ସନ୍ ଟିମ୍ର ୪ ଯବାନ ପ୍ରାଣ ହରାଇଛନ୍ତି
- ୪ ଅନ୍ୟଜଣ ଯବାନ ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି
- ଆକ୍ରମଣ ପଛରେ ମଣିପୁର ପିପୁଲ୍ସ ଲିବରେସନ୍ ଆର୍ମିର ହାତ ଥିବା ଜଣା ପଡିଛି

ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ । ଯବାନଙ୍କ ଉପରେ ଆକ୍ରମଣକୁ କଡା ନିନ୍ଦା କରିବା ସହ ଏଭଳି ଆକ୍ରମଣ ଭିଆଇ ଥିବା ବ୍ୟକ୍ତିଙ୍କୁ ଭୀରୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ବିରେନ ସିଂହ । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଟ୍ୱିଟ କରି ଘଟଣାର ନିନ୍ଦା କରିଛନ୍ତି । ଘଟଣାଟି ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

- ମଣିପୁର ପିପୁଲ୍ସ ଲିବରେସନ୍ ଆର୍ମିର ଗଠନ ୧୯୭୮ରେ ହୋଇଥିଲା
- ଏହି ସଙ୍ଗଠନା ସ୍ୱତନ୍ତ୍ର ମଣିପୁରର ଦାବି କରି ଆସୁଛି
- ସଙ୍ଗଠନକୁ ଭାରତ ସରକାର ଏକ ଆତଙ୍କୀ ସଙ୍ଗଠନ ଭାବେ ଘୋଷଣା କରି ସାରିଛି

ଆଉ ଏହି ଆତଙ୍କୀ ସଙ୍ଗଠନର ଆକ୍ରମଣରେ ୫ ଯବାନ ସହୀଦ ହେବା ସହ ଏକ ପରିବାର ବଳି ପଡିଛି । ପୂର୍ବରୁ ବି ଅନେକ ଥର ଏଭଳି ଷଡଯନ୍ତ୍ର କରି ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିଛି ପିପୁଲ୍ସ ଲିବରେସନ୍ ଆର୍ମି ।