କନକ ବ୍ୟୁରୋ : କଲଭର୍ଟ ଭୁଶୁଡି ୫ ମୃତ । ରାୟଗଡା କଲ୍ୟାଣସିଂହପୁର ଉପରସଜା ନିକଟରେ ଥିବା କଲଭର୍ଟ ଭୁଶୁଡି ପଡିଛି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି । କଲର୍ଭଟ ପାଖରେ ଥିବା ପାଣିରେ କିଛି ବ୍ୟକ୍ତି ଗାଧୋଉ ଥିବା ବେଳେ ଏହି ଅଘଟଣ ଘଟିଛି । ଭୁଶୁଡି ଯାଇଥିବା କଲର୍ଭଟ ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ଜୀବନ ଯାଇଛି ।

Advertisment

ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଉ କେହି ଭଙ୍ଗା କଲର୍ଭଟ ତଳେ ନଥିବା ସ୍ପଷ୍ଟ ହୋଇଛି । ଜଣାପଡିଛି ଯେ କିଛି ଦିନ ଧରି ନିର୍ମାଣ ଚାଲିଥିବା ଏହି କଲଭର୍ଟର ସେଟରିଂ ମଧ୍ୟ ଖୋଲା ଯାଇନଥିଲା । ଏପରିକି ଅଧା କାମ କରି ଠିକାଦାର କାମ ଛାଡି ଚାଲିଯାଇଥିବା ଅଭିଯୋଗ ହୋଇଛି । କେଉଁ କାରଣରୁ ଭୁଶୁଡି ପଡିଛି କଲର୍ଭଟ ତାର ଅନୁଧ୍ୟାନ ଚାଲିଛି ।