ହ୍ୱାଟ୍ସଆପ୍ ହାତ ଛାଡ଼ିବାରୁ ନରମିଲା କମ୍ପାନୀର ଆଭିମୁଖ୍ୟ । ନୂଆ ଅପଡେଟକୁ ମେ’ ୧୫ ଯାଏଁ ସ୍ଥଗିତ ରଖିବା ସହ ଦେଲା ସ୍ପଷ୍ଟୀକରଣ । 

644

କନକ ବ୍ୟୁରୋ: ହ୍ୱାଟ୍ସଆପର ନୂଆ ପ୍ରାଇଭେସୀ ପଲିସି ଚର୍ଚାରେ ରହିଛି । ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରହିବ ନା ନାହିଁ ଏହାକୁ ନେଇ ଏବେ ବିତର୍କ ସୃଷ୍ଟି ହୋଇଛି । ୟୁଜର୍ସଙ୍କ ତଥ୍ୟ ସେୟାର ପାଇଁ ଅନୁମତି ଲୋଡିଛି ହ୍ୱାଟ୍ସଆପ । ଫେବୃୟାରୀ ୮ ତାରିଖ ସୁଦ୍ଧା ଡାଟା ସେୟାର ପାଇଁ ଅନୁମତି ନଦେଲେ ଆକାଉଂଟ ଡିଲିଟ ହେବ ବୋଲି କଂପାନୀ ପୂର୍ବରୁ ସ୍ପଷ୍ଟ କରିଦେଇଥିଲା , ତେବେ ଏହାକୁ ମେ ୧୫ ଯାଏଁ ହ୍ୱାଟ୍ସ ଆପ ତରଫରୁ କୁହାଯାଉଛି । ତେବେ ବ୍ୟବହାରକାରୀଙ୍କୁ ଯଥେଷ୍ଟ ସମୟ ଦିଆ ଯିବ ବୋଲି କୁହାଯାଇଛିାତଥ୍ୟ ସେୟାର ନେଇ ହ୍ୱାଟସଆପର ବିଶ୍ୱସନୀୟତା ପ୍ରଶ୍ନ ଘୋରକୁ ଆସିଯାଇଛି । 

ତେବେ ବିଜନେସ ଆକାଉଂଟ ୟୁଜର୍ସଙ୍କ ଉପରେ ପ୍ରାଇଭେସୀ ପଲିସି ପ୍ରଭାବ ପକାଇବ । ବହୁ ଲୋକ ପ୍ରାଇଭେସୀ ଫୋକସଡ ମେସେଜିଂ ଆପ ସିଗ୍ନାଲ ଓ ଟେଲିଗ୍ରାମକୁ ସିଫ୍ଟ ହୋଇଯାଉଛନ୍ତି । ହ୍ୱାଟ୍ସଆପ, ନୂଆ ପ୍ରାଇଭେସୀ ପଲିସି ଅପଡେଟ କରିବା ପରେ ଚର୍ଚାରେ ରହିଛି । ନୂଆ ପ୍ରାଇଭେସୀ ପଲିସି ଅନୁସାରେ ବ୍ୟବହାରକାରୀଙ୍କ ତଥ୍ୟ ସେୟାର କରିବାକୁ ହ୍ୱାଟ୍ସଆପ ଅନୁମତି ଲୋଡୁଛି । ହ୍ୱାଟ୍ସଆପର ନୂଆ ପ୍ରାଇଭେସୀ ପଲିସିକୁ ନେଇ ବିବାଦ ତେଜିବା ପରେ କଂପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦେଇ କହିଛି, ବ୍ୟବହାରକାରୀଙ୍କ ତଥ୍ୟ ସଂପୂର୍ଣ୍ଣ ସୁରକ୍ଷିତ ରହିବ । 

ସ୍ପଷ୍ଟୀ କରଣରେ କଣ କହିଛି ହ୍ୱାଟ୍ସଆପ କଂପାନୀ…

୧ -ଆପଣ ନିଜ ସାଙ୍ଗ ସାଥୀ, ପରିବାର ଲୋକଙ୍କ ସହ କରୁଥିବା ଚାଟ ସଂପୂର୍ଣ୍ଣ ଗୋପନୀୟ ରହିବ । ନୂଆ ପ୍ରାଇଭେସୀ ପଲିସି ଏହା ଉପରେ କିଛି ପ୍ରଭାବ ପକାଇବ ନାହିଁ । ତେବେ ବ୍ୟବସାୟିକ ଆକାଉଂଟ ଉପରେ ଏହାର ପ୍ରଭାବ ପଡିବ ।  

୨- ଆପଣଙ୍କ କୌଣସି ବ୍ୟକ୍ତିଗତ ମେସେଜ କିମ୍ବା କଲ ଓ ସେୟାର କରିଥିବା ଲୋକେସନ ହ୍ୱାଟସଆପ,  ଫେସବୁକ ଶୁଣି ପାରିବେ ନାହିଁ କି ଦେଖି ପାରିବେ ନାହିଁ । କାରଣ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ସୁରକ୍ଷାରେ ହ୍ୱାଟ୍ସଆପର ମେସେଜ ରହିଛି । 

୩- ବ୍ୟବହାରକାରୀ ଅନୁମତି ଦେବା ପରେ ଫୋନ ଆଡ୍ରେସ ବୁକ ପାଇବ ହ୍ୱାଟ୍ସଆପ । ତେବେ ବ୍ୟବହାରକାରୀ ନିଶ୍ଚିତ ରୁହନ୍ତୁ, ହ୍ୱାଟ୍ସଆପ କାହାରିକୁ କଂଟାକ୍ଟ ଲିଷ୍ଟ ସେୟାର କରିବ ନାହିଁ 

୪- ହ୍ୱାଟ୍ସଆପ ସ୍ପଷ୍ଟ କରିଛି ଗ୍ରୁପ ଚାଟର ତଥ୍ୟକୁ ବିଜ୍ଞାପନ ଉଦ୍ଦେଶ୍ୟରେ ଫେସବୁକକୁ ସେୟାର କରିବ ନାହିଁ । ଏହି ପ୍ରାଇଭେଟ ଚାଟ ମଧ୍ୟ  ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ସୁରକ୍ଷାରେ ରହିଛି ।  

୫-ଲୋକେ ଅନଲାଇନ ସପିଂ କରିବାକୁ ପସନ୍ଦ କରୁଥିବାରୁ, ହ୍ୱାଟ୍ସଆପ ଜରିଆରେ ଲୋକଙ୍କୁ ପଣ୍ୟ ସାମଗ୍ରୀର ବିଜ୍ଞାପନ ଦେଖାଇବାକୁ ଯୋଜନା କରିଛି କଂପାନୀ । ଆପଣ ବିଜ୍ଞାପନ ଦେଖି ଦୋକାନୀଙ୍କ ସହ କଥା ହେଲେ ନଜର ରଖାଯିବ । ତେବେ ବ୍ୟବହାରକାରୀଙ୍କ ତଥ୍ୟ ଫେସବୁକକୁ ସେୟାର କରାଗଲେ ଜଣାଇ ଦିଆଯିବ ବୋଲି କହିଛି ହ୍ୱାଟ୍ସଆପ ।