କିଛି ଦିନ ପୂର୍ବରୁ ଚେନ୍ନାଇରେ ଏସିରୁ ଲିକ୍ ହୋଇଥିବା ଗ୍ୟାସ୍ କବଳରେ ଆସି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଖବର ମୁତାବକ, ପରିବାରର ସଦସ୍ୟ ରାତିରେ ଏସି ଲଗାଇ ଶୋଇଥିଲେ । ବିଳମ୍ବିତ ରାତ୍ରିରେ ଗ୍ୟାସ୍ ଲିକ୍ ହେଲା ଓ ଶୋଇବା ସମୟରେ ହିଁ ପରିବାରର ୩ ଜଣ ସଦସ୍ୟ ନିଜ ଜୀବନ ହାରିଲେ । ପ୍ରଶ୍ନ ଉଠୁଛି ଯେ, ଏସି ମଣିଷ ଶରୀର ପାଇଁ କେତେ କ୍ଷତିକାରକ । ମେଡିକାଲ ରିପୋର୍ଟ ମୁତାବକ, ଗ୍ୟାସ ଲିକ୍ ବ୍ୟତୀତ ଅଧିକ ସମୟ ଏସିରେ ସମୟ ବିତାଇବା ଦ୍ୱାରା ମଧ୍ୟ ଅନେକ ଶାରୀରିକ ସମସ୍ୟା ହୋଇଥାଏ । ଜାଣନ୍ତୁ ଏସି ଚାଲୁଥିବା ସମୟରେ ଆପଣଙ୍କୁ କେଉଁ କେଉଁ ଅସୁବିଧାର ସାମନା କରିବାକୁ ପଡିପାରେ ?

Advertisment

ଏସିର ତାପମାତ୍ରା ୨୪ ଡିଗ୍ରୀ ରହିଲେ କ’ଣ ହେବ ?

• ରୋଗ ଓ ଲଗାତାର ଥକାପଣ : ଖରା ଦିନରେ ବି ଅଫିସରେ ଅଧିକ ଏସି କାରଣରୁ ଥଣ୍ଡା ଲାଗେ । ଏହା ଆପଣଙ୍କ ଥକାପଣର ବଡ କାରଣ ହୋଇପାରେ । ରିସର୍ଚ୍ଚ ମୁତାବକ, ଯେଉଁ ଲୋକମାନେ ଏସିର ଅଧିକ ଥଣ୍ଡା ପରିବେଶରେ ରହନ୍ତି, ତାଙ୍କୁ ଲଗାତାର ମୁଣ୍ଡବ୍ୟଥା ଓ ଥକାପଣର ସମସ୍ୟା ହୋଇପାରେ । ତାଙ୍କୁ ଜଳାପୋଡା ଓ ଶ୍ୱାସ ନେବାରେ ଅସୁବିଧାର ସାମନା କରିବାକୁ ପଡିପାରେ ।

• ପୁରୁଣା ରୋଗ ଉପରେ ଭାରୀ ପଡିବ : ଏସି ବିଷୟରେ କୁହାଯାଏ କି, ଏହାର ଅତ୍ୟଧିକ ବ୍ୟବହାର ଦ୍ୱାରା ନିମ୍ନ ରକ୍ତଚାପ, ଆର୍ଥରାଇଟିସ୍ ଓ ନ୍ୟୁରେଟିସ୍ ର ସମସ୍ୟା ବଢ଼ିଯାଏ । ଏହାଦ୍ୱାରା ଶରୀରରେ ଯନ୍ତ୍ରଣାର ସମସ୍ୟା ହୋଇଥାଏ ।

• ଗରମ ସହ ଲଢ଼ିପାରିବେନି : ଏସି କାରଣରୁ ଗରମ ସହିପାରିବାର କ୍ଷମତା କମ୍ ହୋଇଯାଇଥାଏ । କାହିଁକିନା ଏସି ପରିବେଶରୁ ବାହାରକୁ ବାହାରିଲେ ଅଧିକ ଗରମ ଲାଗିଥାଏ । ଏହି ଗରମ ନ ସହିପାରିବାର କ୍ଷମତା କାରଣରୁ ଲୋକେ ଅଂଶୁଘାତର ଶିକାର ହୋଇଥାନ୍ତି ।

• ନିଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା : ଯଦି ଆପଣ କାରରେ ଏସି ଚଳାଇ ଯାତ୍ରା କରନ୍ତି, ତେବେ ଶ୍ୱାସ ନେବାରେ ସମସ୍ୟା ହୋଇପାରେ । ରିସର୍ଚ୍ଚ ମୁତାବକ, ୨୫ରୁ ୨୨ କାର ଭିତରେ ୮ ପ୍ରକାରର ଜୀବାଣୁ ବାହାରିଥାଏ । ଏହା ଦ୍ୱାରା ନିମୋନିୟା ଭଳି ରୋଗ ହେବାର ଆଶଙ୍କା ହୋଇଥାଏ । ଏହା ଦ୍ୱାରା ମଣିଷର ମୃତ୍ୟୁ ବି ହୋଇପାରେ ।