ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ: ଗଂଜାମରେ ସ୍ଥିତି ଜଟିଳ, ସ୍ଥିତି ନିୟନ୍ତ୍ରଣ ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ଜାରି କଲା ୫ ସୂତ୍ରୀ ମାର୍ଗଦର୍ଶିକା

ସେପଟେ ଏକାଠି ବସି ତାସ୍ ଖେଳିଲେ ରହିବାକୁ ପଡିବ କ୍ୱାରେଂଟିନରେ

323

କନକ ବ୍ୟୁରୋ: ରାଜ୍ୟରେ ଗଂଜାମ ଜିଲ୍ଲାର ସ୍ଥିତି ରହିଛି ସବୁଠାରୁ ଖରାପ । ଏହାକୁ ମୁକାବିଲା କରିବାକୁ ଜିଲ୍ଲାର ଦୋକାନୀମାନଙ୍କ ପାଇଁ ପ୍ରଶାସନ ଜାରି କରିଛି ୫ ସୂତ୍ରୀ ଗାଇଡ ଲାଇନ୍ । ସବୁ ଦୋକାନରେ ରହିବ ସଂପର୍କ ଡାଏରୀ । ଏଥିରେ ଦୋକାନକୁ ଆସୁଥିବା ସମସ୍ତ ଗରାଖଙ୍କ ନାଁ ରହିବ । ଫଳରେ ଦୋକାନୀ ପଜିଟିଭ୍ ଚିହ୍ନଟ ହେଲେ ତାଙ୍କ ସଂପର୍କରେ ଆସିଥିବା ଲୋକଙ୍କୁ ସହଜରେ ଚିହ୍ନଟ କରିହେବ ବୋଲି କହିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସାମାଜିକ ଦୂରତା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେହିପରି କରୋନା କଟକଣା ସମୟରେ ଏକାଠି ବସି ତାସ୍ ଖେଳ ଉପରେ ଲାଗିଲା ପ୍ରତିବନ୍ଧକ । ଏକାଠି ବସି କେହି ତାସ୍ ଖେଳୁଥିଲେ ସେମାନଙ୍କୁ କ୍ୱାରେଂଟିନରେ ରହିବାକୁ ପଡିବ ବୋଲି ନିୟମ କରିଛନ୍ତି ଜିଲ୍ଲାପାଳ ।

ଜାଣନ୍ତୁ ଗଂଜାମ ଜିଲ୍ଲାପାଳଙ୍କ ୫ସୂତ୍ରୀ ନିୟମ

-ଦୋକାନ ସମ୍ମୁଖରେ ବାଧ୍ୟତାମୂଳକ ଭାବେ ବ୍ୟାରିକେଡ

-ଦୋକାନୀ ମାସ୍କ ପିନ୍ଧିବେ ଏବଂ ଦୋକାନ ସମ୍ମୁଖରେ ନୋ ମାସ୍କ ନୋ ସାଇନବୋର୍ଡ ଲଗାଇବେ

-ଗ୍ରାହକଙ୍କ ପାଇଁ ଦୋକାନ ସମ୍ମୁଖରେ ୨ ମିଟର ବ୍ୟବଧାନରେ ସର୍କଲ କରିବେ

-ଦୋକାନ ମାଲିକା ସାନିଟାଇଜର ଓ ହାତ ଧୋଇବା ବ୍ୟବସ୍ଥା କରିବେ

-ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ ଭାବି ଗ୍ରାହକଙ୍କ ପାଇଁ କଣ୍ଟାକ୍ଟ ଡାଏରୀ ପ୍ରସ୍ତୁତ କରିବେ

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ନିୟମ ନ ମାନିଲେ ଦୋକାନୀଙ୍କୁ ଜରିମାନା ହେବ । ସେହିପରି ସଂପୃକ୍ତ ଦୋକାନୀଙ୍କ ବିରୋଧରେ ଏତଲା ଦିଆଯିବା ସହ ଏକ ମାସ ଯାଏଁ ଦୋକାନକୁ ବନ୍ଦ କରି ଦିଆଯିବ । ତାସ, କ୍ରିକେଟ, ଭଲିବଳ ଆଦି ଖେଳ ହୋଇପାରିବ ନାହିଁ । ନିୟମ ନମାନିଲେ ଏତଲା ହେବା ସହିତ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ।