ଲେଡିଜ୍ ହଷ୍ଟେଲରୁ ଉଦ୍ଧାର ହେଲା ୫ ଫୁଟ ଲମ୍ବାର ନାଗ ସାପ ! ଅଳ୍ପକେ ବର୍ତ୍ତିଲେ ଛାତ୍ରୀ ।

53

ଏକ ୫ ଫୁଟ ଲମ୍ବା ନାଗ ସାପ ମୟୁରଭଞ୍ଜର ଏକ ଛାତ୍ରୀନିବାସରୁ ଉଦ୍ଧାର କରାଯାଇଛି । ହଷ୍ଟେଲ ରୁମରେ ଜଣେ ଛାତ୍ରୀ ଶୋଇଥିବା ସମୟରେ ତାଙ୍କ ନିକଟରେ ଏକ ନାଗ ସାପ ଶୋଇ ରହିଥିଲା । ପରେ ଛାତ୍ରୀଙ୍କ ଜଣେ ବନ୍ଧୁ ସେଠାରେ ପହଞ୍ଚି ସାପକୁ ଦେଖିଥିଲେ ଏବଂ ସେଠାରୁ ଛାତ୍ରୀଜଣଙ୍କୁ ସୁରକ୍ଷିତ ଭାବେ ବାହର କରି ଆଣିଥିଲେ ।

ସୂଚନା ମୁତାବକ, ମୟୁରଭଞ୍ଜ ଜିଲ୍ଲାର ବାରିପଦା ଟାଉନ ଅଞ୍ଚଳରେ ଥିବା ଏକ ଛାତ୍ରୀ ନିବାସ କକ୍ଷରୁ ଗତ ରବିବାର ଦିନ ଏକ ୫ ଫୁଟର ନାଗ ସାପ ଉଦ୍ଧାର ହୋଇଛି । ହଷ୍ଟେଲ ରୁମରେ ଜଣେ ଛାତ୍ରୀ ଶୋଇଥିଲେ । ତାଙ୍କ ଅଜାଣତରେ ଏକ ନାଗ ସାପ ତାଙ୍କ ନିକଟରେ ଆସି ଶୋଇ ରହିଥିଲା । ତେବେ କୌସଣି କାରଣରୁ ତାଙ୍କର ଜଣେ ସାଙ୍ଗ ସେହି ରୁମକୁ ଯାଇଥିଲେ ଏବଂ ତାଙ୍କ ବନ୍ଧୁଙ୍କ ପାଖରେ ଏକ ସାପ ଶୋଇଥିବାର ଦେଖି ତିଳେ ମାତ୍ର ଡେରି ନକରି ସେ ତାଙ୍କ ସାଙ୍ଗକୁ ସେଠାରୁ ସୁରକ୍ଷିତ ଅବସ୍ଥାରେ ବାହାର କରିଆଣିଥିଲେ । ଏବଂ ହଷ୍ଟେଲ କର୍ମଚାରୀଙ୍କୁ ଖବର କରିଥିଲେ । ହଷ୍ଟେଲ କର୍ମଚାରୀ ସାପ ଉଦ୍ଧାରକାରୀଙ୍କୁ କଲ୍ କରି ଡକିବା ପରେ ସ୍ନେକ ହେଲ୍ପଲାଇନ ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିବା ସହ ସାପକୁ ଜଙ୍ଗଲରେ ଛାଡି ଦେଇଥଲେ ।

ତେବେ ସ୍ନେକ ହେଲ୍ପଲାଇନର ସଦସ୍ୟଙ୍କ କହିବା ଅନୁସାରେ, ସାପ ବିନା କାରଣରେ କାହାକୁ କ୍ଷତି ପହଞ୍ଚାଇନଥାଏ । ସାପକୁ ଆଘାତ କଲେ କିମ୍ବା ସାପକୁ କୈଣସି କାରଣରୁ ଡରାଇ ଦେଲେ ସାପ ଅନ୍ୟଙ୍କ ଉପରକୁ ଆକ୍ରମଣ କରିଥାଏ ।