କରୋନାରୁ ସୁସ୍ଥ ହେଲେ ୫ ଜଣ ମଧୁମେହ ରୋଗୀ । ଜୟପୁର କୋଭିଡ଼ ହସ୍ପିଟାଲରୁ ୫ ଜଣ ୭୦ ବର୍ଷିୟ ବୃଦ୍ଧ କରୋନାରୁ ସୁସ୍ଥ ।

107

କନକ ବ୍ୟୁରୋ : କରୋନାରୁ ସୁସ୍ଥ ହେଲେ ୫ ଜଣ ମଧୁମେହ ରୋଗୀ । ଜୟପୁର କୋଭିଡ଼ ହସ୍ପିଟାଲରୁ ୫ ଜଣ ୭୦ ବର୍ଷିୟ ବୃଦ୍ଧ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଡ଼ାକ୍ତରଙ୍କୁ ଭଗବାନ ବୋଲି କହିଛନ୍ତି ଏହି ରୋଗୀମାନେ । ଜିଲ୍ଲାରେ ଏହା ପ୍ରଥମ ଘଟଣା ହୋଇଥିବା ବେଳେ ପୂର୍ବରୁ ଜଣେ ୯୧ ବର୍ଷିୟ ବୃଦ୍ଧା କରୋନାରୁ ସୁସ୍ଥ ହୋଇ ଫେରିଥିଲେ ।

ଆଗରୁ କରୋନାର ମୃତ୍ୟୁ ଖବର ମେଡିକାଲ ଓ ଡ଼ାକ୍ତରଙ୍କୁ ବଦନାମ କରୁଥିଲା । ଯେଉଁଥି ପାଇଁ କରୋନା ରୋଗୀ ଜୟପୁର ଛାଡ଼ି ପଡ଼ୋଶୀ ରାଜ୍ୟ ଆନ୍ଧ୍ରକୁ ଚିକିତ୍ସା ପାଇଁ ଚାଲି ଯାଉଥିଲେ । ହେଲେ ମଧୁମେହ ରୋଗୀ କରୋନାରୁ ସୁସ୍ଥ ହେବା ସ୍ଥାନୀୟ ଲୋକଙ୍କ ହସ୍ପିଟାଲ ଡାକ୍ତରଙ୍କ ପ୍ରତି ବିଶ୍ୱାସ ଆଣିଛି ।

ତେବେ ବର୍ତ୍ତମାନ ରାଜ୍ୟରେ ଏଭଳି ଅନେକ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବାର ନଜର ଆସିଛି । ଭୁବନେଶ୍ୱରରୁ କିଛିଦିନ ତଳେ ବୟସ୍କ ଲୋକମାନେ କରୋନାରୁ ସୁସ୍ଥ ହୋଇଥିଲେ ଓ ଜଣେ କ୍ୟାନ୍ସର ରୋଗୀ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିବା ଘଟଣା ଲୋକଙ୍କ ଡରକୁ ଦୂରେଇ ଦେଇଛି ।