ଭୟଙ୍କର ଦୁର୍ଘଟଣା: ମୁହାଁମୁହିଁ ଧକ୍କା ହେଲେ ବସ-ଟ୍ରକ, ଜଣେ ଶିଶୁ ସମେତ ଚାଲିଗଲା ୫ ଜଣଙ୍କ ଜୀବନ

359

କନକ ବ୍ୟୁରୋ: ବାଲେଶ୍ୱର ସୋର ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ ଓ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ୫ ଜଣଙ୍କ ମୃତ୍ୟୁ ଘଟିିଛି । ଏନଏଚ ବିଦୁ ଛକ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିବା ଘରୋଇ ବସ ଶାନ୍ତିଲତାକୁ ବିଦୁ ଛକ ନିକଟରେ ସାମ୍ନାରୁ ଧକ୍କା ଦେଇଥିଲା ଏକ ଟ୍ରକ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ଅଗ୍ନୀଶମ ବାହିନୀ ଘଟଣାସ୍ଥଳରେ ଉଦ୍ଧାର କାମ ଆରମ୍ଭ କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାମ ଜାରି ରହିଛି ।