ଦନ୍ତା ନେଲା ୫ ଜୀବନ । ପିପିଲି-ଡେଲାଙ୍ଗ ଅଂଚଳରେ ଉତ୍ପାତ ମଚାଇଥିବା ବଣୁଆ ହାତୀ ଜଟଣୀ ମୁହାଁ : ହାତୀ ଘଉଡାଇବାରେ ଲାଗିଛନ୍ତି ବନବିଭାଗର ୭୦ କର୍ମଚାରୀ

368

କନକ ବ୍ୟୁରୋ : ଦନ୍ତା ନେଲା ଜୀବନ । ପିପିଲି ଓ ନିମାପଡା ଅଂଚଳରେ ବଣୁଆ ହାତୀ ୫ ଜଣଙ୍କ ଜୀବନ ନେଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ତିନି ଦିନ ହେଲା ପିପିଲି, ଡେଲାଙ୍ଗ ଏବଂ ନିମାପଡା ଅଂଚଳରେ ଘୁରି ବୁଲୁଥିବା ଏହି ହାତୀ, ୫ ଜଣଙ୍କୁ ଦଳି ମାରିଦେଇଛନ୍ତି । ବନବିଭାଗ ଯେତେ ଚେଷ୍ଟା କଲେବି ହାତୀଟି ଆୟତକୁ ଆସିପାରୁନାହିଁ । ଖୋର୍ଦ୍ଧା ବନଖଣ୍ଡରୁ ଭାର୍ଗବୀ ଓ ଦୟା ନଦୀ ପାର କରି ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଦେଇ ପିପିଲିକୁ ହାତୀଟି ପଶି ଆସିଥିଲା । ଆତଙ୍କ ଖେଳାଇଥିବା ବଣୁଆ ହାତୀ ବର୍ତମାନ ପିପିଲି ଛାଡି ଜଟଣୀ ମୁହାଁ ହୋଇଛି । ହାତୀକୁ ଘଉଡାଇବାକୁ ବନବିଭାଗର ଟିମ୍ ଉଦ୍ୟମ କରୁଛନ୍ତି । ପିପିଲି ଏନଏସିର ୧୬ଟି ୱାର୍ଡକୁ ସିଲ୍ କରାଯାଇଛି ।

ସ୍ଥାନୀୟ ଅଂଚଳକୁ ଅନ୍ଧାର କରିଦିଆଯାଇଛି । ହାତୀ ଘଉଡାଇବାରେ ବନବିଭାଗର ୭୦ କର୍ମଚାରୀ ଲାଗିଛନ୍ତି । ଡାକବାଜି ଯନ୍ତ୍ରରେ ବାହାରକୁ ନବାହାରିବାକୁ ସ୍ଥାନୀୟ ଅଂଚଳର ଲୋକଙ୍କୁ କୁହାଯାଉଛି । ଡେଲାଙ୍ଗ, ଖୋର୍ଦ୍ଧା, ଟାଙ୍ଗୀ , ବାଲିପାଟଣା ଓ ଗୋପ ବନବିଭାଗ ଟିମ୍ ସହ ପିପିଲି ଓ ବଳଙ୍ଗା ପୋଲିସ, ହାତୀ କୁ କାବୁ କରିବାକୁ ଉଦ୍ୟମ କରୁଛନ୍ତି । ହାତୀକୁ ଖୋର୍ଦ୍ଧା ଆଡକୁ ଘଉଡାଇବାକୁ ଉଦ୍ୟମ କରାଯାଉଛି । ପ୍ରଥମଥର ପାଇଁ ପିପିଲି ଅଂଚଳରେ ଆତଙ୍କ ଖେଳାଇଛି ବଣୁଆ ହାତୀ ।