କନକ ବ୍ୟୁରୋ: ଯାଜପୁର ଜିଲ୍ଲା କୁଆଖିଆ ନିକଟ ବାରବାଟୀ ଛକ ଅଂଚଳରେ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ୪୬ ଜଣ ଆହତ ହୋଇଛନ୍ତି । ବାରବାଟୀ ଛକ ନିକଟରେ ଓଭରବ୍ରିଜରୁ ତଳକୁ ଖସିପଡ଼ିଥିଲା ଯାତ୍ରୀବାହି ବସ୍ । ଭାରସାମ୍ୟ ହରାଇ ବସଟି ପୋଲରୁ ୨୦ ଫୁଟ ତଳକୁ ଖସିପଡ଼ିଥିଲା ।
ପୁରୀରୁ କୋଲକାତା ଯାଉଥିଲା ବସ୍ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଫସିରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇ ଧର୍ମଶାଳା ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା, ୪ ଜଣ ପୁରୁଷ ଅଛନ୍ତି । ଅନ୍ୟ ୪୬ ଜଣ ଆହତଙ୍କୁ ସେଠାରେ ଚିକିତ୍ସା ଚାଲିଥିବା ବେଳେ ଗୁରୁତର ହୋଇପଡ଼ିଥିଲେ । ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/Capture-39.jpg)