ଅଧା ରହିଗଲା ଜଗା ଦର୍ଶନ । ସଡକ ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ଜୀବନ । ଶ୍ରୀକ୍ଷେତ୍ର ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ନାଳ ଭିତରେ ପଶିଗଲା ବୋଲେରୋ

ଅଧା ରହିଗଲା ଜଗା ଦର୍ଶନ । ସଡକ ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ଜୀବନ । ଶ୍ରୀକ୍ଷେତ୍ର ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ନାଳ ଭିତରେ ପଶିଗଲା ବୋଲେରୋ

କନକ ବ୍ୟୁରୋ: ଅଧା ରହିଗଲା ଜଗା ଦର୍ଶନ । ସଡକ ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ଜୀବନ । ପୁରୀ ଜିଲ୍ଲା ରାମେଶ୍ୱର ଜଗନ୍ନାଥ ସଡକ ରୁଆ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏକ ବୋଲେରୋ ନାଳ ଭିତରକୁ ପଶିଯିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଆହତ ହୋଇଛନ୍ତି । ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭାର୍ତ୍ତି କରାଯାଇଛି । ବୋଲେରୋରେ କିଛି ଯାତ୍ରୀ ବ୍ରହ୍ମପୁର ଇଚ୍ଛାପୁରରୁ ପୁରୀ ଶ୍ରୀକ୍ଷେତ୍ରକୁ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

publive-image

ଆଜି ୫ଟା ସମୟରେ ବ୍ରହ୍ମପୁର ଇଚ୍ଛାପୁର ନିକଟସ୍ଥ ଜରଡ଼ା ଥାନା ଅନ୍ତର୍ଗତ ଲାଲ କମଙ୍ଗା ଗ୍ରାମର ଏକ ପରିବାର ଜଗନ୍ନାଥ ଦର୍ଶନ ପାଇଁ ସମ୍ପର୍କୀୟମାନଙ୍କୁ ଧରି ଏକ ବୋଲେରୋରେ ପୁରୀ ଆସୁଥିଲେ। ପୁରୀ ଆସୁଥିବା ଏହି ବୋଲେରୋ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଜାତୀୟ ରାଜପଥର ଜଙ୍କିଆ ଥାନା ରାମେଶ୍ୱର ଛକରୁ ନୂଆ ଜଗନ୍ନାଥ ସଡ଼କ ଦେଇ ପୁରୀ ଆସୁଥିବା ବେଳେ ଚନ୍ଦନପୁର ଥାନା ଅନ୍ତର୍ଗତ ରୁଆ ଗ୍ରାମ ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ନୟନଯୋରୀକୁ ଓଲଟି ପଡିଥିଲା।

publive-image

ଫଳରେ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ କେ କୃଷ୍ଣା, ଜଗଦୀଶ, କ୍ଷମାବତୀ, ଅନବ ଓ ୟମାବତି ନାମକ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିିଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ମୃତକ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe