କନକ ବ୍ୟୁରୋ : ରାଜସ୍ଥାନ କୋଟାର ଚଂବଲ ନଦୀରେ ବୁଡିଗଲା ଡଙ୍ଗା । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ୧୨ ନିଖୋଜ ଅଛନ୍ତି । ନୌକାବୁଡି ପରେ ପରେ ଜୋରସୋରରେ ଚାଲିଛି ଉଦ୍ଧାର କାମ ।

Advertisment

ପ୍ରାୟ ୪୦ ଜଣ ଯାତ୍ରୀ ଇନ୍ଦ୍ରଗଡର କମଲେଶ୍ୱର ମହାଦେବ ମନ୍ଦିରକୁ ପୂଜା କରିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଥିଲା । ଚଂବଲ ନଦୀରେ ଡଙ୍ଗା ବୁଡିବା ପରେ ପରେ ପ୍ରାୟ ୨୦ରୁ ୨୫ ଜଣ ପହଁରି ପହଁରି ନଦୀ କୂଳକୁ ଆସିବାରେ ସମର୍ଥ ହୋଇଥିଲେ । ରାଜସ୍ଥାନର କୋଟା ଜିଲ୍ଲାର ଧିବ୍ରି ଚଂବଲ ଅଂଚଳରେ ଆଜି ସକାଳେ ଘଟିଛି ଏପରି ନୌକା ଦୁର୍ଘଟଣା ।

ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଁଚି ନଦୀରୁ ଖୋଜାଖୋଜି କରିବା ପରେ ୫ଟି ଶବ ଉଦ୍ଧାର କରିଛି । ଦୁର୍ଘଟଣାର ଶିକାର ହୋଇଥିବା ଡଙ୍ଗାଟିର ଫିଟନେସ୍ ରିନ୍ୟୁ ହୋଇନଥିବା ଜଣାପଡିଛି । ଚଂବଲ ନଦୀରେ ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବାକୁ ଉଦ୍ଧାର କାମ ଜାରି ରହିଛି ।