ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଂଚ ଦିବସୀୟ ୟୁରୋପ ଯାତ୍ରା : ଲଣ୍ଡନରେ ପହଂଚିଛନ୍ତି ମୋଦି

Advertisment
ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଂଚ ଦିବସୀୟ ୟୁରୋପ ଯାତ୍ରା : ଲଣ୍ଡନରେ ପହଂଚିଛନ୍ତି ମୋଦି

source : Zee Business

କନକ ବ୍ୟୁରୋ : ପାଂଚ ଦିବସୀୟ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନରେ ପହଂଚିଛନ୍ତି । ଭାରତୀୟ ସମୟନୁସାର ବୁଧବାର ସକାଳ ୪ଟା ବେଳେ ଲଣ୍ଡନରେ ପହଂଚିଛନ୍ତି ମୋଦି । କମନୱେଲଥ ରାଷ୍ଟ୍ର ସମ୍ମିଳନୀରେ ଯୋଗ ଦେବେ । ଏହି ଅବସରରେ ସେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଥେରେସା ମେଁ, ମହାରଣୀ ଏଲିଜାବେଥ୍ ଦ୍ୱିତୀୟ, ପ୍ରିନ୍ସ ଚାର୍ଲ୍ସଙ୍କୁ ଭେଟିବେ ମୋଦି । ଏହା ସହିତ ବୁଧବାର ରାତିରେ ପ୍ରଧାନମନ୍ତ୍ରୀ ‘ଭାରତ କି ବାତ୍, ସବକେ ସାଥ୍’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଏହାର ପ୍ରସାରଣ ୟୁରୋପର କେତେକ ଦେଶରେ ହେବ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗତକାଲି ରାତିରେ ସ୍ୱିଡେନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe