ଅଣସରରେ ମହାପ୍ରଭୁ: ଆଜି ପଂଚମ ଦିନରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗଫିଟା ନୀତି; କାଲି ଲାଗି ହେବ ଫୁଲୁରୀ ତେଲ

Advertisment
ଅଣସରରେ ମହାପ୍ରଭୁ: ଆଜି ପଂଚମ ଦିନରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗଫିଟା ନୀତି; କାଲି ଲାଗି ହେବ ଫୁଲୁରୀ ତେଲ

କନକ ବ୍ୟୁରୋ: ମହାପ୍ରଭୁଙ୍କ ଅଣସରର ଆଜି ପଂଚମ ଦିନ । ଆଜିର ଦିନରେ ମହାପ୍୍ରଭୁଙ୍କ ଶ୍ରୀଅଙ୍ଗଫିଟା ନୀତି କରାଯିବ । ଏହା ଗୁପ୍ତ ନୀତି ହୋଇଥିବାରୁ ଦଇତାପତି ସେବାୟତ ନୀତି ସମ୍ପାଦନ କରିବେ । କାଲି ହେବ ଫୁଲୁରି ତେଲ ଲାଗି ନୀତି । ସେପଟେ ଘୋଷଯାତ୍ରା ପାଇଁ ପୁରୀରେ ଜୋରସୋରରେ ପ୍ରସ୍ତୁତି ଚାଲିଛି । ରଥଖଳା ଚଂଳଚଂଚଳ ହୋଇଛି । ତିନି ରଥର ମ୍ରୁଖ୍ୟ ବିଶ୍ୱକର୍ମା ମହାରଣା ସେବକ ମହାରଣା ସାଥିଙ୍କୁ ନେଇ କାମ ଜୋରସୋରରେ ଜାରି ରଖିଛନ୍ତି । ରୂପକାର ସେବାକମାନେ ବି ସେମାନଙ୍କ କାମ ଜାରି ରଖିଛନ୍ତି । ଏହାସହ କୁମ୍ଭାରମାନେ ଦୋଳବେଦି ନିକଟରେ ଶାଳରେ ଓଝା ସେବକମାନେ ଜୋକିଆ କଂଟା ତିଆରି କାମ ଜାରି ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe