ଫେସ୍ବୁକ୍ ଉପରେ ବିପଦ ! ଫେସ୍ବୁକ୍ ଅପଡେଟ୍ ଭର୍ସନରେ ପ୍ରଭାବିତ ହେଲା ୫ କୋଟି ୟୁଜର୍ସଙ୍କ ଆକାଉଣ୍ଟ । କେମିତି ବର୍ତ୍ତିବେ ଆପଣ, ଜାଣନ୍ତୁ ।

45

କନକ ବ୍ୟୁରୋ: ୫ କୋଟି ଫେସବୁକ ୟୁଜର୍ସଙ୍କ ଆକାଉଣ୍ଟ ପ୍ରଭାବିତ ହୋଇଛି । ଏନେଇ ସୁଚନା ଦେଇଛନ୍ତି ଖୋଦ୍ ଫେସବୁକ ନିର୍ମାତା ମାର୍କ ଜୁକରବର୍ଗ । ପ୍ରାୟ ୫ କୋଟି ଫେସ୍ବୁକ୍ ଆକାଉଣ୍ଟ ସିକ୍ୟୁରିଟୀ ନିୟମ ଅପଡେଟ୍ ଭର୍ସନରେ ଏକ ନୂଆ ଫିଚର୍ ‘ଭିୟୁ ଆଜ୍’ ଯୋଗୁଁ ପ୍ରଭାବିତ ହୋଇଛନ୍ତି । ଫେସବୁକର ନୂଆ ଫିଚର୍ ‘ଭିୟୁ ଆଜ୍’ ଦ୍ୱାରା ହ୍ୟାକର୍ ୫ କୋଟି ଆକାଉଣ୍ଟରେ ଅନଧିକାର ପ୍ରବେଶ କରିଛନ୍ତି । ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ କମ୍ପାନୀ ଏବେ ଏହି ନୂଆ ଫିଚର୍କୁ ବନ୍ଦ କରି ଦେଇଛି ବୋଲି କହିଛନ୍ତି ଜୁକରବର୍ଗ ।

source : Moneycontrol

ସୋସିଆଲ୍ ମିଡିଆର ସବୁଠାରୁ ବଡ଼ ପ୍ଲାଟଫର୍ମ ‘ଫେସ୍ବୁକ୍’ ଉପରେ ପୁଣି ଏକ ବିପଦ ମାଡ଼ି ଆସିଛି । ଫେସ୍ବୁକ୍ ଫ।ଉଣ୍ଡର ମାର୍କ ଜୁକରବର୍ଗ କହିଛନ୍ତି ମଙ୍ଗଳବାର ଦିନ ହ୍ୟାକ୍ ହୋଇଥିବା ନେଇ ଜଣାପଡ଼ିଥିଲା । ଏହା ପରେ ତୁରନ୍ତ ଇଞ୍ଜିନିୟର୍ମାନେ ଗୁରୁବାର ରାତି ସୁଦ୍ଧା ସମାଧାନ କରିଦେଇଛନ୍ତି ବୋଲି  କହିଛନ୍ତି ଜୁକରବର୍ଗ ।

ତେବେ ଫେସବୁକ ଅପଡେଟ୍ ଭର୍ସନରେ ଏକ ନୂଆ ଫିଚର୍ ‘ଭିୟୁ ଆଜ୍’ ଦ୍ୱାରା ଜଣେ ଫେସ୍ବୁକ୍ ଆକାଉଣ୍ଟଧାରୀ ଜାଣିପାରିବ ଯେ ଅନ୍ୟ ଜଣେ ତାଙ୍କ ଆକାଉଣ୍ଟ ଦେଖୁଥିଲେ କେମିତି ଦେଖା ଯାଉଛି । ତେବେ ଏହି ଫିଚରକୁ ଅନ୍ କରିବା ମାତ୍ରେ ହ୍ୟାକରମାନେ ତୁରନ୍ତ ଏହି ପାସ୍ୱାର୍ଡ ପାଇଯାଇଥିଲେ । ଏଭଳିଭାବେ ୫ କୋଟି ଲୋକଙ୍କର ଆକାଉଣ୍ଟ୍ ହ୍ୟାକ୍ ହୋଇଛି ବୋଲି ଜଣାପଡ଼ିଥିଲା । ମାତ୍ର ଯେଉଁମାନେ ଏହି ନୂତନ ଫିଚର୍ ଖୋଲିଛନ୍ତି ସେମାନେ ତୁରନ୍ତ ନିଜ ଆକାଉଣ୍ଟକୁ ଲଗଆଉଟ୍ କରି ପୁର୍ନବାର ଲଗ୍ଇନ୍ କରିବାକୁ ପଡ଼ିବ ବୋଲି କହିଛନ୍ତି ମାର୍କ ଜୁକରବର୍ଗ ।