ଭାରତରେ ପ୍ରସ୍ତୁତ ହେଲା ୫କୋଟି କୋଭିସିଲ୍ଡ ଭ୍ୟାକସିନ୍ : ସିରମ୍ ଇନଷ୍ଟିଚ୍ୟୁଟ କହିଲା, ଗଚ୍ଛିତ ହୋଇ ରହିଛି ସମସ୍ତ ଟିକା; ପ୍ରସ୍ତୁତ ଟିକାରୁ ୫୦ ପ୍ରତିଶତ ଭାରତ ପାଇଁ ହେବ ବ୍ୟବହାର

69

କନକ ବ୍ୟୁରୋ : ଭାରତରେ ପ୍ରସ୍ତୁତ ହେଲା ୫ କୋଟି କୋଭିଡ ଭ୍ୟାକସିନ କୋଭିସିଲ୍ଡ । ଏନେଇ ସିରମ ଇନଷ୍ଟିଚ୍ୟୁଟ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ଟିକା ଗଚ୍ଛିତ କରି ରଖାଯାଇଛି । ଏହାକୁ ଭାରତ ସରକାର ଅନୁମୋଦନ ଦେଲା ପରେ ପ୍ରସ୍ତୁତ ଟିକାରୁ ୫୦ପ୍ରତିଶତ ଭାରତ ପାଇଁ ବ୍ୟବହାର ହେବ ବୋଲି ସେରମ ଇନଷ୍ଟିଚ୍ୟୁଟ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଜୁଲାଇ ୨୦୨୧ ସୁଦ୍ଧା ପ୍ରାୟ ୩୦ କୋଟି କୋଭିସିଲ୍ଡ ଡୋଜ ପ୍ରସ୍ତୁତ କରିବ ସିରମ ଇନଷ୍ଟିଚ୍ୟୁଟ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରୁଛନ୍ତି । ଟିକା ପାଇଁ ଭାରତରେ ସିରମ ଇନଷ୍ଟିଚ୍ୟୁଟ ସହ ଚୁକ୍ତି କରିଛି ଅକ୍ସଫୋର୍ଡ ।