ଚିନ୍ତା ବଢ଼ାଇଲେ ରାଜ୍ୟର ୬୧ ନମ୍ବର କରୋନା ଆକ୍ରାନ୍ତ ! ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ୪ ଜଣ ପଡୋଶୀ, ପଢ଼ନ୍ତୁ ଆଉ ୫ ନୂଆ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ…

2,163

କନକ ବ୍ୟୁରୋ: ରାଜ୍ୟର ୧୦୪ ରୁ ୧୦୮ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ବାବଦରେ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ୧୦୪ ନମ୍ବର ଆକ୍ରାନ୍ତ ବାଲେଶ୍ୱର ନୀଳିଆବାଗ ଅଂଚଳର ୨୨ ବର୍ଷୀୟ ମହିଳା । ସେ ୬୧ ନମ୍ବର ଆକ୍ରାନ୍ତଙ୍କ ପଡୋଶୀ । ଅବରୋଧ ଅଂଚଳରୁ ତାଙ୍କୁ ଚିହ୍ନଟ କରାଯାଇ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ୨୬ ଏପ୍ରିଲରେ ତାଙ୍କ ନମୁନା ପଜିଟିଭ୍ ଆସିଥିବା ବେଳେ ବର୍ତମାନ ତାଙ୍କୁ ଅଶ୍ୱିନୀ କୋଭିଡ୍ ହସପିଟାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି ।

କୁହାଯାଉଛି ଯେ, ୬୧ ନମ୍ବର କରୋନା ଆକ୍ରାନ୍ତ ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ସଂକ୍ରମିତ କରିଛନ୍ତି । ନେଳିଆବାଗ ଅଞ୍ଚଳରେ ରାଜ୍ୟର ୧୦୮ ତମ କରୋନା ଆକ୍ରାନ୍ତ ରୁହନ୍ତି । ସେ ହେଉଛନ୍ତି ୭୯ ନମ୍ବର ଆକ୍ରାନ୍ତଙ୍କ ପଡୋଶୀ । ରାଜ୍ୟର ୧୦୪ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ୨୨ ବର୍ଷୀୟ ଯୁବତୀ । ଲକଡାଉନ ଘୋଷଣା ହେବା ପରେ ସେ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୮ ଯାଏଁ ଘରେ ଥିଲେ । ସେ ୧୯ରୁ ୨୬ ଯାଏଁ କଣ୍ଟେନମେଣ୍ଟ ଜୋନରେ ଥିଲେ । ମାତ୍ର ଏପ୍ରିଲ ୨୬ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ନୀଳିଆବାଗର ୫୫ ବର୍ଷୀୟ ମହିଳା ହେଉଛନ୍ତି ରାଜ୍ୟର ୧୦୫ ନମ୍ବର କରୋନା ଆକ୍ରାନ୍ତ । ସେ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୮ ଯାଏଁ ଘରେ ଥିଲେ । ସେ ମଧ୍ୟ କଣ୍ଟେନମେଣ୍ଟ ଜୋନରେ ଏପ୍ରିଲ ୧୯ରୁ ୨୬ ଯାଏଁ ଥିଲେ । ଏପ୍ରିଲ ୨୬ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଏପ୍ରିଲ ୨୭ରେ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ରାଜ୍ୟର ୧୦୬ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ଜଣେ ୨୩ ବର୍ଷୀୟ ଯୁବତୀ । କିନ୍ତୁ ୧୦୭ ନମ୍ବର କରୋନା ଆକ୍ରନ୍ତ ହେଉଛନ୍ତି ଜଣେ ୨୭ ବର୍ଷିଅ ଯୁବକ । ସେମାନେ ୬୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଉଭୟ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୮ ଯାଏଁ ଘରେ ଥିଲେ । ସେମାନେ ୧୯ରୁ ୨୬ ଯାଏଁ କଣ୍ଟେନମେଣ୍ଟ ଜୋନରେ ଥିଲେ । ମାତ୍ର ଏପ୍ରିଲ ୨୬ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ରାଜ୍ୟର ୧୦୮ ନମ୍ବର ଆକ୍ରାନ୍ତ ୨୯ ବର୍ଷିୟ ମହିଳା ଏବଂ ସେ ବାଲେଶ୍ୱର ନୀଳିଆବାଗ ଅଂଚଳର । ଏବଂ ସେ ୭୯ ନମ୍ବର ଆକ୍ରାନ୍ତଙ୍କ ପଡୋଶୀ । ଅବରୋଧ ଅଂଚଳରେ ସର୍ଭେଲାନ୍ସ ବେଳେ ତାଙ୍କୁ ଚିହ୍ନଟ କରି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଏବଂ ପଜିଟିଭ୍ ଆସିବା ପରେ ତାଙ୍କୁ ଅଶ୍ୱିନୀ କୋଭିଡ ହସପିଟାଲରେ ଭର୍ତି କରାଯାଇଛି ।