ରାଜ୍ୟରେ କରୋନାର ବିସ୍ଫୋରକ ସ୍ଥିତି: ଗୋଟିଏ ଦିନରେ ୭୩୬ ନୂଆ ଆକ୍ରାନ୍ତ, ୫ ମୃତ; ମୃତକଙ୍କ ମଧ୍ୟରେ ଗଂଜାମରୁ ୩, ସୁନ୍ଦରଗଡ ଏବଂ ଜଗତସିଂହପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ସୂଚନା

655

କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି ମହାମାରୀ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୩୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୫ ଜଣ ଆକ୍ରାନ୍ତଙ୍କ କରୋନା ଯୁଦ୍ଧରେ ହାରି ଯାଇ ମୃତ୍ୟୁ ବରଣ କରିଛନ୍ତି । ତେବେ ମୃତ ୫ ଜଣଙ୍କ ମଧ୍ୟରୁ ୩ ଜଣ କେବଳ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ସୁନ୍ଦରଗଡ ଏବଂ ଜଗତସିଂହପୁରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ତେବେ ଏହାକୁ ମିଶାଇରେ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି ପାଇଛି । ଅନ୍ୟପଟେ ଗଂଜାମ ଜିଲ୍ଲାରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୫୪ରେ ପହିଂଚିଛି ।

ସେହିପରି ଆଜି ଚିହ୍ନଟ ହୋଇଥିବା ୭୩୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୪୮୧ଜଣ ଥିବା ବେଳେ ଲୋକାଲ କଂଟାକ୍ଟ ୨୫୫ ଜଣ । ଆଜି ୭୩୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମରୁ ସର୍ବାଧିକ ୨୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୧୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୪୦, ଗଜପତିରୁ ୩୯, କୋରାପୁଟରୁ ୪୫, କଟକରୁ ୨୭, ବାଲେଶ୍ୱରର ୩୩, ମାଲକାନଗିରିରୁ ୧୨, ମୟୂରଭଂଜରୁ ୧୨, ଯାଜପୁରରୁ ୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ୧୦, ପୁରୀରୁ ୧୪, ଅନୁଗୁଳରୁ ୨୨ ଜଣ ପଟିଜିଭ୍ ଆସିଛନ୍ତି ।

ଏହା ସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଅତିକ୍ରମ କରିଛି । ରାଜ୍ୟରେ ଏବେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୭ ହଜାର ୪୩୭ ରେ ପହଚିଂଛି । ଏଯାଏ ୫ ହଜାର ୩୮୧ ସକ୍ରିୟ ସଂକ୍ରମିତ ଥିବା ବେଳେ ୧୧ ହଜାର ୯୩୭ ଜଣ ସୁସ୍ଥ ହୋଇଛନ୍ତି ।