ଶିକ୍ଷା ବ୍ୟବସ୍ଥାର ବିିକଳ ଚିତ୍ର । ଶିକ୍ଷକ ଅଭାବରୁ ଗୋଟିଏ କୋଠରୀରେ ପାଠ ପଢୁଛନ୍ତି ପାଞ୍ଚଟି ଶ୍ରେଣୀର ପିଲା

101

କନକ ବ୍ୟୁରୋ : ଗୋଟିଏ ଶ୍ରେଣୀଗୃହରେ ପାଂଚଟି କ୍ଲାସର ପିଲା ପାଠ ପଢୁଚନ୍ତି । ମାତ୍ର ଜଣେ ଶିକ୍ଷୟିତ୍ରୀଙ୍କ ଦ୍ୱାରା ଚାଲିଛି ପାଠ ପଢା । ଆସିକା ବ୍ଲକ ଝଗେଡେଇରେ ଥିବା ପ୍ରାଥମିକ ସ୍କୁଲର ଏବେ ମୁଖ୍ୟ ସମସ୍ୟା ପାଲଟିଛି ଶିକ୍ଷକ ଅଭାବ । ଜଣେ ଶିକ୍ଷୟିତ୍ରୀ ଥିବାରୁ ସେ ଯଦି କୌଣସି କାମରେ ସ୍କୁଲ ନ ଆସନ୍ତି କିମ୍ବା ଅଫିସ୍ କାମରେ ବାହାରକୁ ଯାଆନ୍ତିୁ ସ୍କଲ ବନ୍ଦ କରିବାକୁ ପଡୁଛି । ପ୍ରତିଦିନ ସ୍କୁଲକୁ ପିଲା ଆସୁଛନ୍ତି ହେଲେ ପାଠ ନପଢି ସେହି ବହି ବସ୍ତାନୀ ଧରି ଘରକୁ ଫେରିଯାଉଛନ୍ତି । କିଛି ସମୟ ପିଲାମାନେ ଠିକ୍ ସମୟରେ ସ୍କୁଲରେ ପହଂଚୁଛନ୍ତି । କିନ୍ତୁ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ଥିବା ପରେ ବି ସ୍କୁଲରେ ଜଣେ ଶିକ୍ଷୟିତ୍ରୀ ଥିବାରୁ ଅସୁବିଧା ଉପୁଜିଛି । ବିଦ୍ୟାଳୟ ଖୋଲିବା ପରେ ପାଂଚଟି ଶ୍ରେଣୀର ପିଲାଙ୍କୁ ଗୋଟିଏ କୋଠରୀରେ ବସାଇ ପରେ ପାଠ ପଢାଯାଏ । ତେଣୁ ପିଲାମାନେ ପାଠ ପଢିବାରେ ଅସୁବିଧା ହେଉଥିବା ବେଳେ ଅନ୍ୟଜଣେ ଶିକ୍ଷକ ସ୍କୁଲକୁ ଆସିଲେ ପଢାପଢି ଠିକ୍ ଭାବେ ହୋଇପାରିବ ବୋଲି ଦାବି କରିଛନ୍ତି ଗାଁର ଲୋକ ।

ପୁର୍ବରୁ ସ୍କୁଲରେ ଅନ୍ୟ ଜଣେ ଶିକ୍ଷକ ଥିଲେ । ହେଲେ ତାଙ୍କୁ ଜାଲ୍ ସାର୍ଟିଫିକେଟ ମାମଲାରେ କାର୍ଯ୍ୟରୁ ନିଲମ୍ଭିତ କରିବା ପରେ ଏବେ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷୟିତ୍ରୀ ରହିଛନ୍ତି । ସେ ଅଫିସ କାମ ଓ ପାଂଚଟି ଶ୍ରେଣୀର ପିଲାଙ୍କୁ ପାଠ ପଠାଇବା ପାଇଁ ନାନା ପ୍ରକାର ଅସୁବିଧା ଭୋଗୁଥିବା ବେଳେ ଏବେ ସ୍କୁଲରୁ ପିଲାମାନେ ମୁହଁ ଫେରାଇଲେଣି । କିଛି ପିଲା ମଧ୍ୟ ସ୍କୁଲକୁ ଆସୁନାହାନ୍ତି । ଅନେକ ସମୟରେ ଘରଘର ବୁଲି ଶିକ୍ଷୟତ୍ରି ଜଣକ ପିଲାଙ୍କୁ ଡାକି ଆଣିବାକୁ ପଡୁଛି । ଏହି ସସମ୍ୟା ନେଇ ଆସିକା ବ୍ଲକ ଶିକ୍ଷାଧିକାରିଙ୍କ ନିକଟରେ ଜଣାଯାଇଛି ।

ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ପିଲାଙ୍କ ଉପସ୍ଥାନ କମିବାରେ ଲାଗିଛି । ତେଣୁ ଖୁବଶୀଘ୍ର ଶିକ୍ଷକ ନିଯୁକ୍ତି କରାଗଲେ ପାଠ ପଢା ସଠିକ୍ ଭାବେ କରାଯାଇପାରିବ ।