କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହାର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ ସରକାର ସବୁବର୍ଗର ଲୋକଙ୍କ ଆଶାକୁ ପୂରଣ କରିବାକୁ ପ୍ରୟାସ କରିପାରନ୍ତି । କିନ୍ତୁ ପୂର୍ବରୁ ୫ଟି ବଜେଟ୍ ଉପସ୍ଥାପନ କରାଯାଇଥିଲା , ଯାହା ଦେଶର ଭାଗ୍ୟ ବଦଳାଇ ଦେଲା ।

Advertisment

୧୯୯୧ ବଜେଟ୍

- ସ୍ୱାଧୀନତା ପରେ ସବୁଠାରୁ ଚର୍ଚ୍ଚିତ ଥିଲା ୧୯୯୧ ମସିହାର ବଜେଟ୍
- ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂହ ଏହି ବଜେଟ୍ ଆଗତ କରିଥିଲେ
- ଦେଶରେ ଅର୍ଥନୈତିକ ଉଦାରିକରଣର ଧାରା ସୃଷ୍ଟି କଲା ଏହି ବଜେଟ୍
- ପ୍ରଥମଥର ଭାରତୀୟ ଶିଳ୍ପରେ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ଦିଆଗଲା
- ବିଶ୍ୱ ସ୍ତରରେ ଭାରତୀୟ ଉଦ୍ୟୋଗର ପ୍ରତିଯୋଗିତା ପାଇଁ ବାଟ ଫିଟିଲା
- ଆମଦାନୀକୁ କମ୍ କରି ରପ୍ତାନୀ ଉପରେ ଅଧିକ ଗୁରୁତ୍ୱ ଦେଲା ଏହି ବଜେଟ୍

୧୯୯୭ ବଜେଟ୍

- ସେତେବେଳେ ଡ୍ରିମ୍ ବଜେଟ୍ ବୋଲି କହିଲେ ଜାତୀୟ ଗଣମାଧ୍ୟମ
- ରାଜନୈତିକ ଅସ୍ଥିରତା ସତ୍ୱେ ବଡ ଅର୍ଥନୈତିକ ସଂସ୍କାର ଘୋଷଣା ହେଲା
- ବେଜଟ୍ ଆଗତ କରିଥିଲେ ତତ୍କାଳୀନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍
- ସର୍ବାଧିକ ଆୟକର ସୀମା ୪୦%ରୁ ୩୦%କୁ କମାଇ ଦିଆଗଲା
- ସ୍ୱଦେଶୀ କମ୍ପାନି ଉପରେ ଟିକସ ୪୦ରୁ କମାଇ ୩୫%କରାଗଲା
- ବିଦେଶୀ କମ୍ପାନି ଉପରେ ଟିକସ ୫୫%ରୁ କମି ୪୮% ହେଲା
- କର୍ପୋରେଟ୍ ଟିକସ ଉପରେ ସରଚାର୍ଜକୁ ସଂପୂର୍ଣ୍ଣ ଉଚ୍ଛେଦ କରାଗଲା

୧୯୮୬ ବଜେଟ୍

- ପରୋକ୍ଷ ଟିକସ ବ୍ୟବସ୍ଥାରେ ବଡ ସଂସ୍କାର ଆଣିଥିଲେ ଭିପି ସିଂହ
- ସେ ପ୍ରଥମଥର ପାଇଁ ଦେଶରେ ଲାଗୁକଲେ ଏମଓଡି ଭାଟ୍
- ମୋଡିଫାଏଡ୍ ଭାଲ୍ୟୁ ଆଡେଡ୍ ଟାକ୍ସ- ଏମଓଡି ଭାଟ୍
- ନିର୍ମାଣ କମ୍ପାନିକୁ କଂଚାମାଲ ବାବଦ ଆମଦାନୀ ଶୁଳ୍କରେ ମିଳିଲା ରିହାତି
- କଂଚାମାଲ ଉପରେ ଦେଇଥିବା ଆମଦାନୀ ଶୁଳ୍କକୁ ରିଅମ୍ବର୍ସ କରାଗଲା
- ଫଳରେ ଦ୍ୱୈତ ଟିକସରୁ ରକ୍ଷା ପାଇଲେ ନିର୍ମାଣ କମ୍ପାନି
- ଉପାଦନ ଉପରେ ଟିକସରେ ସ୍ୱଚ୍ଛତା ରହିଲା ଓ ନିର୍ମାଣ ଖର୍ଚ୍ଚ କମିଲା

୧୯୫୭ ବଜେଟ୍

- ପ୍ରଥମଥର ପାଇଁ ଦେଶରେ ଲାଗୁ ହେଲା ୱେଲ୍ଥ ଟାକ୍ସ
- ବଜେଟ୍ ଆଗତ କରିଥିଲେ ଅର୍ଥମନ୍ତ୍ରୀ ଟିଟି କ୍ରିଷ୍ଣମଚାରୀ
- ଦେଶରେ ୨୦୧୬ ଯାଏଁ ଆଦାୟ ହେଉଥିଲା ୱେଲ୍ଥ ଟାକ୍ସ
- ଆୟକର ବାଦ୍ ସଂପତ୍ତି ଟିକସ ବସାଇଥିଲେ କ୍ରିଷ୍ଣମଚାରୀ

୧୯୭୦ ବଜେଟ୍

- ଲୋକଙ୍କ ଉପରେ ଟିକସ ବୋଝ ପାଇଁ ଚର୍ଚ୍ଚାରେ ଥିଲା ଏହି ବଜେଟ୍
- ବଜେଟ୍ ଆଗତ କରିଥିଲେ ଅର୍ଥ ମନ୍ତ୍ରାଳୟ ପାଖରେ ରଖିଥିବା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ
- ୨ ଲକ୍ଷ ଉପରେ ସମସ୍ତ ଆୟରେ ୧୧% ଟିକସ ବୃଦ୍ଧି କରିଥିଲେ ଇନ୍ଦିରା ଗାନ୍ଧୀ
- ପୂର୍ବରୁ ୮୨.୫% ଥିବା ଟିକସକୁ ଇନ୍ଦିରା ଗାନ୍ଧୀ ବଢାଇ ୯୩.୫% କରିଦେଲେ
- ଅଭିବୃଦ୍ଧି ହାସଲ ଓ କଲ୍ୟାଣକାରୀ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ଏହା ଜରୁରୀ ଥିଲା