ସଂକ୍ରମଣ ରୋକିବାକୁ ସରକାର ସଜାଗ । ଯାଜପୁରର ୫ ବ୍ଲକ ସହ ପୌରପାଳିକାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଏହି ଅଞ୍ଚଳ ଗୁଡ଼ିକରେ ସଟଡାଉନ ଭଳି କଟକଣା…

834

କନକ ବ୍ୟୁରୋ: ପୁଣି ଯାଜପୁର ସଟଡାଉନ । ଯାଜପୁରର ୫ ବ୍ଲକ ସହ ଯାଜପୁର ପୌରପାଳିକାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ତେବେ ଏପ୍ରିଲ ୨୭ ଦିନ ୧୨ଟାରୁ ୨୯ ତାରିଖ ସଂଧ୍ୟା ୬ଟା ଯାଏଁ ସଟଡାଉନ ଭଳି କଟକଣା ଏହି ଅଞ୍ଚଳ ଗୁଡ଼ିକରେ ଲାଗୁ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ତେବେ ଯାଜପୁର ବ୍ଲକ,ଦଶରଥପୁର ବ୍ଲକ, ବରି ବ୍ଲକ,ବିଞ୍ଝାରପୁର ଓ କୋରେଇ ଏବଂ ଯାଜପୁର ପୌରପାଳିକା ଅବରୋଧ ଅଂଚଳ ଅବରୋଧ ଅଞ୍ଚଳ ଘୋଷଣା କରିଥିବା ଯୋଗୁଁ କେବଳ କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ ବନ୍ଦ ରଖିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ତେବେ ଗତକାଲି ଯାଜପୁରରେ ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ଯାଜପୁରର ମୋଟ୍ ଆକ୍ରାନ୍ତଙ୍କ ୧୮ ରହିଛି ଏବଂ ଜଣେ ସୁସ୍ଥ ହୋଇଛନ୍ତି । କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଯାଜପୁରରେ ଅବରୋଧ ଅଞ୍ଚଳ ବଢ଼ାଇଛନ୍ତି ଜିଲ୍ଲା ପ୍ରଶାସନ ।