ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ୫ ବିଜେପି ନେତା । କହିଲେ ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚନ ପର୍ଯ୍ୟଟକ କହି ଅପମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ

255

କନକ ବ୍ୟୁରୋ: ବାଲେଶ୍ୱରରେ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପିର ୫ ବରିଷ୍ଠ ନେତା । ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ, ମନମୋହନ ସାମଲ ଓ ପ୍ରତାପ ଷଡଙ୍ଗୀ ବିଜେଡି ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହ ବିଜେପିକୁ ସୁଯୋଗ ଦେବାକୁ ଅପିଲ କରିଛନ୍ତି । ଏହି ଅବସରରେ ଓଡିଆ ଅସ୍ମିତା ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଗତକାଲି ମୁଖ୍ୟମନ୍ତ୍ରୀ ବିଜେପିର କେନ୍ଦ୍ରୀୟ ନେତୃତ୍ୱକୁ ନିର୍ବାଚନୀ ପର୍ଯ୍ୟଟକ ବୋଲି ଦେଇଥିବା ବୟାନ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା । କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚନ ପର୍ଯ୍ୟଟକ କହି ମୁଖ୍ୟମନ୍ତ୍ରୀ ଅପମାନିତ କରିଛନ୍ତି । ରାଜ୍ୟରେ ଆଉଟସୋର୍ସିଂ ସରକାର ଚାଲିଛି କହି ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହାଛଡା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେପି ୪ଟି ଲୋକସଭା ଆସନ ଓ ୧୮ ବିଧାନସଭା ଆସନରେ ବିଜୟୀ ହେବ ବୋଲି ବିଜେପି ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି । ପ୍ରେସମିଟ୍ ପୂର୍ବରୁ ବିଜେପି କାର୍ଯ୍ୟକର୍ତା ବୈଠକରେ ବିଜେପିର ୫ ବରିଷ୍ଠ ନେତା ସାମିଲ ହୋଇ ନିର୍ବାଚନ ରଣନୀତି ଉପରେ ପାଇଁ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ ।