ବିଧାୟକଙ୍କୁ ମହଙ୍ଗା ପଡିଲା ଦଳ ଛାଡିବା: ଆଯୋଗ୍ୟ ଘୋଷଣା ହେଲେ ୫ଜଣ ବିଧାୟକ, ବିଜେଡିର ପିଟିସନ ଉପରେ ତର୍ଜମା କରି ରାତିରେ କାର୍ଯ୍ୟାନୁଷ୍ଠାନ

ବିଧାୟକଙ୍କୁ ମହଙ୍ଗା ପଡିଲା ଦଳ ଛାଡିବା: ଆଯୋଗ୍ୟ ଘୋଷଣା ହେଲେ ୫ଜଣ ବିଧାୟକ, ବିଜେଡିର ପିଟିସନ ଉପରେ ତର୍ଜମା କରି ରାତିରେ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: ଆଯୋଗ୍ୟ ଘୋଷଣା ହେଲେ ୫ଜଣ ବିଜେଡି ବିଧାୟକ । ବିଜେଡିର ପିଟିସନ ଉପରେ ତର୍ଜମା କରି ରାତିରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମ୍ବିଧାନ ଧାରା ୧୯୧ ଓ ଉପଧାରା ୨ ଓ ଅଯୋଗ୍ୟ ଘୋଷଣା ପାଇଁ ନିୟମ ୧୮୭ ଅନୁସାରେ ନିଷ୍ପତି ହୋଇଛି । ଏମାନଙ୍କ ସଭ୍ୟପଦ ରଦ୍ଦ କରିବା ନେଇ ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲା ବିଜେଡି ।

publive-image

ନିକଟରେ ଦଳ ଛାଡିଥିବା ୫ଜଣ ବିଧାୟକ ଆସିକା ବିଧାୟକ ଦେବରାଜ ମହାନ୍ତି, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ଓ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗୋଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ଗତକାଲି ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ବାଚସ୍ପତି ପ୍ରଦୀପ ଅମାତଙ୍କ ପାଖରେ ପିଟିସନ ଦାୟର କରିଥିଲେ। ଏ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ଶତପଥୀ କହିଛନ୍ତି, ଏହି ୫ ବିଧାୟକ ଲୋକମତକୁ ଉପେକ୍ଷା କରି ସ୍ବଇଚ୍ଛାରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ଦେଇ ଅନ୍ୟ ଦଳରେ ଯୋଗ ଦେଇଛନ୍ତି। ୨୦୧୪ରେ ମିଳିଥିବା ଜନମତକୁ ବିଭ୍ରାନ୍ତ କରି ଅନ୍ୟ ଦଳରେ ସାମିଲ ହୋଇଥିବାରୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିବା ବିଧାୟକଙ୍କ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଆଉ ବିଧାୟକ ହୋଇ ରହିବାର ଅଧିକାର ନାହିଁ।

publive-image

ସମ୍ବିଧାନର ୧୦ମ ଅନୁଚ୍ଛେଦର ଧାରା ୧୯୧ ଓ ଉପଧାରା ୨ ସହିତ ଅଯୋଗ୍ୟ ଘୋଷିତ କରିବା ପାଇଁ ଥିବା ନିୟମ ୧୮୭ ଅନୁସାରେ ବାଚସ୍ପତିଙ୍କୁ ନିବେଦନ କରାଯାଇଥିଲା। କସରକାରୀ ଦଳ ମୁଖ୍ୟସଚେତକଙ୍କ ପିଟିସନକୁ ଅନୁଧ୍ୟାନ କରିବା ପରେ ବାଚସ୍ପତି ୫ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe