କନକ ବ୍ୟୁରୋ: ଅନେକ ପରିବର୍ତ୍ତନ ସହ ମୋହନ ସରକାରର ପ୍ରଥମ ବଜେଟ ଆସିଛି। ଲୋକଙ୍କ ସରକାର କହି ଆସୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେଉଁ ବଜେଟ ଆଣିଛନ୍ତି, ସେଥିରେ ସାଧାରଣ ଲୋକ କେତେ ଲାଭବାନ ହେବେ ତାହାକୁ ନେଇ ଏବେଠୁ ଚାଲିଲାଣି ହିସାବ ନିକାଶ। ମୋହନଙ୍କ ବଜେଟରେ ଅନେକ ଯୋଜନାର ନାଁ ପରିବର୍ତ୍ତନ ହୋଇଛି। ଯାହାକୁ ନେଇ ଅନେକ ଦ୍ୱନ୍ଦ୍ୱ ମଧ୍ୟ ଉପୁଜିଛି। ସେହିଭଳି ନୂଆକରି ବଜେଟରେ ସ୍ଥାନ ପାଇଥିବା ସୁଭଦ୍ରା ଯୋଜନାର ପରିଧି କଣ ତାହା ଏବେ ବି ଅସ୍ପଷ୍ଟ। କିଏ ସୁଭଦ୍ରା ଯୋଜନାର ସୁଫଳ ପାଇବ ତାହାକୁ ନେଇ ମହିଳାଙ୍କ ମନରେ ଅନେକ ପ୍ରଶ୍ନବାଚୀ।

ସେହିଭଳି ଏମଏସପି ବାବଦକୁ ୩୧୦୦ ଟଙ୍କା କେଉଁ ଚାଷୀଙ୍କୁ ମିଳିବ ସେନେଇ ସ୍ପଷ୍ଟ ଚିତ୍ର ଆସିନାହିଁ। ଏହାବାଦ୍ କାଳିଆ ଯୋଜନାର ନାଁ ପରିବର୍ତ୍ତନ ହୋଇ ସିଏମ କିଷାନ ଯୋଜନାରେ କେତେ ଟଙ୍କା ମିଳିବ ତାହାକୁ ନେଇ ଚାଷୀ ସନ୍ଦିହାନ। ଏସବୁ ଭିତରେ ଯୋଜନାର ନାଁ ପରିବର୍ତ୍ତନକୁ ନେଇ ବିଧାନସଭାରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ନାଁ ପରିବର୍ତ୍ତନ କଲେ ଗୋଲାପ ଫୁଲ ଦୁଦୁରା ଫୁଲ ହୋଇଯିବନି ବୋଲି କହିଛନ୍ତି ବିଜେଡି ବିଧାୟକ।

ବଜେଟ ଦ୍ୱନ୍ଦ୍ୱ

  • ବଦଳିଲା ବିଏସକେୱାଇର ନାଁ, ବଦଳିବ କି କାର୍ଡ?
  • କିଏ ପାଇବେ ସୁଭଦ୍ରା ଟଙ୍କା?
  • ବଦଳିଲା ଆମ ଓଡ଼ିଶା, ନବୀନ ଓଡ଼ିଶା : ଚାଲୁଥିବା କାମର କଣ ହେବ?
  • ଏମଏସପିରେ ଭାଗଚାଷୀ ପାଇବେ ତ ୩୧୦୦ ଟଙ୍କା?
  • କାଳିଆ ବଦଳି ହେଲା ସିଏମ କିଷାନ : ଚାଷୀଙ୍କୁ ମିଳିବ କେତେ ଟଙ୍କା?

ବିଏସକେୱାଇ ନାଁ ବଦଳିଲା, ଦ୍ୱନ୍ଦ୍ୱ ବଢିଲା

  • ବିଏସକେୱାଇର ନାଁ ବଦଳିଲା, ଏବେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମିଳିବ କଣ ଅଧିକ ସୁବିଧା
  • ନୂଆ କାର୍ଡର ଡିଜାଇନ ବଦଳିବ କି?
  • ନୂଆ କାର୍ଡ ମିଳିବା ଯାଏଁ ହିତାଧିକାରୀଙ୍କୁ ମିଳିବ କି ପୂର୍ବ ସୁବିଧା?
  • ନୂଆ କାର୍ଡରେ ହିତାଧିକାରୀଙ୍କୁ କେତେ ଟଙ୍କାର ଚିକିତ୍ସା ସୁବିଧା ମିଳିବ?
  • ବିଏସକେୱାଇରେ ପରିବାର ପିଛା ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଥିଲା
  • ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଭିନ୍ନ ଭିନ୍ନ ଭାବେ ଚାଲିବ କି?
  • ଉଭୟ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟରେ ଭିନ୍ନ ଭିନ୍ନ ହିତାଧିକାରୀ ଚୟନ ହେବ କି?

କାହାକୁ ମିଳିବ ସୁଭଦ୍ରା ଟଙ୍କା?

  • ବଜେଟରେ ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ବ୍ୟୟବରାଦ
  • ସୁଭଦ୍ରା ଯୋଜନାର ହିତାଧିକାରୀ ବାଛିବାକୁ ମାପଦଣ୍ଡ କଣ ରହିବ?
  • ପୂର୍ବରୁ ପ୍ରତି ମହିଳାଙ୍କୁ ୫୦ ହଜାର ଭାଉଚର ଦେବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି
  • ଘୋଷଣା ଅନୁଯାୟୀ ୫୦ ହଜାର ଟଙ୍କାର ଭାଉଚର ଦେଲେ, ସର୍ବାଧିକ ୨୦ ଲକ୍ଷ ମହିଳା ହେବେ ଉପକୃତ
  • ତେଣୁ ସୁଭଦ୍ରା ଯୋଜନାର ଲାଭ ପ୍ରତି ମହିଳାଙ୍କୁ କେମିତି ମିଳିବ?
  • କେବଳ ରାସନକାର୍ଡ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବେ କି ସରକାର?

ନାଁ ବଦଳିଲା, କାମ ଅଟକିବ?

  • ଆମ ଓଡ଼ିଶା ନବୀନ ଓଡ଼ିଶାର ନାଁ ବଦଳି ବିକଶିତ ଗାଁ ବିକଶିତ ଓଡ଼ିଶା ହୋଇଛି
  • ନାଁ ବଦଳିବା ପରେ ପଞ୍ଚାୟତସ୍ତରରେ ହେଉଥିବା କାମ ଅଟକି ଯିବନି ତ?
  • ପୂର୍ବ ଯୋଜନାରେ ଆବଣ୍ଟିତ ହୋଇଥିବା ଟଙ୍କାରେ ଚାଲୁଥିବା କାମ ବନ୍ଦ ହେବ ନା ଚାଲୁ ରହିବ?
  • ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ପଞ୍ଚାୟତକୁ ଏବେ କେତେ ଟଙ୍କା ମିଳିବ?

କିଏ ପାଇବ ଏମଏସପି ଟଙ୍କା ? :

  • ସମୃଦ୍ଧ କୃଷକ ଯୋଜନାରେ ଏମଏସପି ୩୧୦୦ ଟଙ୍କା ପାଇବେ ଚାଷୀ
  • ପୂର୍ବରୁ ବିଜେପି ବାରମ୍ବାର କହିଛି, ଟୋକନ ବଣ୍ଟନରେ ସ୍ବଚ୍ଛତା ନଥିଲା
  • ତେଣୁ ଟୋକନ ନଥିଲେ କେମିତି ଧାନ ବିକିବେ ଚାଷୀ?
  • ଏମଏସପି ୩୧୦୦ ଟଙ୍କାର ଲାଭ ଭାଗଚାଷୀ ପାଇବେ ତ?
  • ସମୃଦ୍ଧ କୃଷକ ଯୋଜନାରେ ୫ ହଜାର କୋଟି ବ୍ୟୟବରାଦ

ସିଏମ କିଷାନରେ କିଏ ପାଇବ ଟଙ୍କା?

  • କାଳିଆ ଯୋଜନାର ନାଁ ବଦଳି ସିଏମ କିଷାନ ହୋଇଛି
  • କାଳିଆ ଯୋଜନାରେ ୨ଟି କିସ୍ତିରେ ମିଳୁଛି ୪ ହଜାର
  • ପିଏମ କିଷାନରେ ୩ଟି କିସ୍ତିରେ ମିଳୁଛି ୬ ହଜାର
  • ପୂର୍ବରୁ କାଳିଆରେ ୨ଟି କିସ୍ତିରେ ମିଳୁଥିଲା ୧୦ ହଜାର ଟଙ୍କା
  • ସିଏମ କିଷାନରେ କେତୋଟି କିସ୍ତିରେ ମିଳିବ କେତେ ଟଙ୍କା?
  • ପିଏମ କିଷାନ ସହ ମିଶିଯିବ କି ସିଏମ କିଷାନ?
  • ଉଭୟ ଯୋଜନା ମିଶିଲେ ହିତାଧିକାରୀଙ୍କୁ ମିଳିବ କେତେ ଟଙ୍କା?
  • ଉଭୟ ଯୋଜନାର ରହିବେ କି ଭିନ୍ନ ଭିନ୍ନ ହିତାଧିକାରୀ?