ଯୋଗୀ ସରକାରଙ୍କ ବଡ ଘୋଷଣା । ରାଜ୍ୟର ୧ କୋଟି ଯୁବକଙ୍କୁ ମିଳିବ ସ୍ମାର୍ଟ ଫୋନ, ସରକାରୀ ଚାକିରିଆଙ୍କୁ ମହଙ୍ଗା ଭତ୍ତା

253

କନକ ବ୍ୟୁରୋ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଦିନ ୟୁପି ବିଧାନସଭାରେ ଅନୁରୂପ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ପ୍ରତିଯୋଗୀତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର ଛାତ୍ରୀ ମାନଙ୍କୁ ସରକାରୀ ଭତ୍ତା, ୧ କୋଟି ଯୁବକଙ୍କୁ ମାଗଣା ସ୍ମାର୍ଟ ଫୋନ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କେବଳ ସେତିକି ନୁହେଁ ରାଜ୍ୟର ମାଫିଆ ମାନଙ୍କ ଠାରୁ ଜବତ କରାଯାଇଥିବା ଜମିରେ ଗରୀବ ଲୋକଙ୍କ ପାଇଁ ଘର, ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଦେବାକୁ ବି ଯୋଗୀ ସରକାର ପାରିତ କରିଥିବା ବଜେଟରେ ଉଲ୍ଲେଖ କରିଛନ୍ତି ।
ଅନ୍ୟପଟେ ରାଜ୍ୟର ଓକିଲ ମାନଙ୍କ ସୁରକ୍ଷା ପାଇଁ ବଜେଟରେ ଅତିରିକ୍ତ ଅର୍ଥ ବ୍ୟବସ୍ଥା କରିଛନ୍ତି ।

କହିରଖୁ କି ୟୁପି ବିଧାନସଭାରେ ବଜେଟ ସେସନ ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ କି ଗତ ୫ ବର୍ଷ ମଧ୍ୟରେ ରାଜ୍ୟର ପ୍ରତିବ୍ୟକ୍ତିଙ୍କ ଆୟ ୨ ଗୁଣା ବଢିଛି । ପ୍ରଥମେ ରାଜ୍ୟରେ ଦଙ୍ଗା ଓ ଭ୍ରଷ୍ଟାଚାରରେ ୧ ନମ୍ବର ଥିବା ବେଳେ ଏବେ ବିକାଶରେ ୧ ନମ୍ବର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଅନ୍ୟପଟେ ବିରୋଧୀମାନଙ୍କୁ ଟାର୍ଗେଟ କରି ଯୋଗୀ କହିଥିଲେ କି ଯେଉଁ ଲୋକମାନେ ରାମଙ୍କୁ ନେଇ ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଉଥିଲେ ସେମାନେ ଆଜି ରାମଙ୍କର ବଡଭକ୍ତି ବୋଲି କହିଲେଣି ।