ନବବର୍ଷକୁ ଆଉ ବାକି ରହିଲା ୧ ଦିନ । ହେଲେ ଏବେ ଠାରୁ ଆରମ୍ଭ ହୋଇଗଲାଣି ସେଲେବ୍ରେସନ୍ ର ମାହୋଲ । ନବବର୍ଷକୁ କିଏ ବାହାରେ ପାଳନ କରିବାକୁ ଇଚ୍ଛା ରଖିଥିଲେ ମଧ୍ୟ କିଛି ଲୋକ ଓଡିଶାରେ ହିଁ ବୁଲିବାକୁ ପସନ୍ଦ କରୁଛନ୍ତି । ତେବେ ଆପଣ ବି ଯଦି ଓଡିଶା ଭିତରେ ବୁଲିବାକୁ ଚାହୁଁଛନ୍ତି ଏବଂ ବଣଭୋଜି କରିବା ପାଇଁ ଯୋଜନା ରଖୁଛନ୍ତି ତେବେ ଏହି ରିପୋର୍ଟ ଉପରେ ଥରେ ନଜର ପକାନ୍ତୁ । ଆଜି ଆମେ ଆପଣଙ୍କୁ ଓଡିଶା ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ୫ ଟି ସ୍ଥାନ ବିଷୟରେ କହିବାକୁ ଯାଉଛୁ ।

Advertisment

publive-image

୧ . ତପ୍ତପାଣି : ଓଡିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ତପ୍ତପାଣି ସ୍ଥାନଟି ଉଭୟ ବଣଭୋଜି ଏବଂ ବୁଲାବୁଲି କରିବା ପାଇଁ ପ୍ରକୃଷ୍ଟ ସ୍ଥାନ ଅଟେ । ଶୀତଦିନେ ଏଠାରେ ଉତ୍ତପ୍ତ ପାଣିରେ ଗାଧୋଇବାର ମଜା ହିଁ ନିଆରା । ଆଦିବାସୀ ଅଧିଷ୍ଠିତ ଏହି ଅଞ୍ଚଳରେ ଶୈବପୀଠ ଏବଂ ମୃଗବିହାର ଦେଖିବାକୁ ମିଳିବ । ସହରର ଶୋରଶବ୍ଦରୁ ବାହାରି ପ୍ରକୃତିର ବାତ୍ସା ପାଇବାକୁ ହେଲେ ତପ୍ତପାଣି ଯାଇପାରନ୍ତି । ବ୍ରହ୍ମପୁରଠାରୁ ୫୦ କି.ମି. ଦୂରତାରେ ଅବସ୍ଥିତ ତପ୍ତପାଣି ।

publive-image

୨ . ଜିରାଙ୍ଗ ଏବଂ ଖସଡା : ଓଡିଶାରେ ନେପାଳର ମଜା ପାଇବାକୁ ଚାହୁଁଥିଲେ ଜିରାଙ୍ଗ ସ୍ଥାନଟି ଆପଣଙ୍କ ପାଇଁ ସର୍ବୋକୃଷ୍ଟ ହେବ । ଗଜପତି ଜିଲ୍ଲାରେ ଥିବା ଏହି ଦୁଇଟି ସ୍ଥାନ ନବବର୍ଷ ପାଇଁ ଖୁବ୍ ଗହଳି ରହିଥାଏ । ଏଠାରେ ବୁଲିବା ପାଇଁ ଏବଂ ମନକୁ ଶାନ୍ତି ଦେଲା ଭଳି ପରିବେଶ ଆପଣଙ୍କୁ ବାରମ୍ବାର ଏଠାକୁ ଟାଣିଆଣିବ । ବୁଲାବୁଲି ପାଇଁ ବେଷ୍ଟ୍ ଥିବା ଏହି ସ୍ଥାନରେ ବଣଭୋଜି କରିବା ପାଇଁ ପାଖରେ ଥିବା ଖସଡା ଖୁବ୍ ଭଲ । ଝରଣାରୁ ବୋହି ଆସୁଥିବା ପାଣି ଏବଂ ଶାନ୍ତ ପରିବେଶର ଯୁଗଳବନ୍ଦୀ ପର୍ଯ୍ୟଟକଙ୍କୁ ଏଠାକୁ ଟାଣିଆଣେ ।

publive-image

୩ . ଗଣ୍ଡାହାତୀ ଜଳପ୍ରପାତ : ଭୁବନେଶ୍ୱର ଠାରୁ ୨୬୬ କି.ମି. ଦୂରତାରେ ଥିବା ଗଣ୍ଡାହାତୀ ଜଳପ୍ରପାତ ପ୍ରକୃତିର ସୁନ୍ଦରତା କାରଣରୁ ଶୀତଦିନେ ଖାସ୍ କରି ନବବର୍ଷ ସମୟରେ ହଜାର ହଜାର ପର୍ଯ୍ୟଟକଙ୍କୁ ଏଠାକୁ ଡାକିଆଣେ । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରୁ ୩୦ କି.ମି. ଦୂରତାରେ ଥିବା ଗଣ୍ଡାହାତୀ ଜଳପ୍ରପାତ ପିକନିକ୍ ପାଇଁ ମଧ୍ୟ ଏକ ବେଷ୍ଟ ସ୍ଥାନ । ତେଣୁ ନବବର୍ଷରେ ଏଠାକୁ ଆସି ବୁଲିବା ଏବଂ ପିକନିକରେ ମଜା ନିଅନ୍ତୁ ।

publive-image

୪ . ବୁଦ୍ଧଖୋଲ : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକରୁ ୯୨ କି.ମି. ଭିତରକୁ ଗଲେ ପଡେ ବୁଦ୍ଧଖୋଲ । ସବୁଜିମାଭରା ବଡ ବଡ ଗଛ,ଗୁମ୍ଫା,ମନ୍ଦିର ଏବଂ ଝରଣା ପ୍ରକୃତିର ଗନ୍ତାଘର କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ଏହି ସ୍ଥାନ । ଏଠାକାର ପଞ୍ଚ ମହାଦେବ ମନ୍ଦିରର ଦର୍ଶନ ପାଇଁ ଲୋକମାନେ ଗହଳି ଲଗାନ୍ତି । କିନ୍ତୁ ଶୀତଋତୁରେ ଏହି ସ୍ଥାନ ଖୁବ୍ ରମଣୀୟ ହୋଇଉଠେ ।

publive-image

୫ . ବଟେଶ୍ୱର : ଗଞ୍ଜାମ ଜିଲ୍ଲାର ରମ୍ଭାରେ ଅବସ୍ଥିତ ବାବା ବଟେଶ୍ୱରଙ୍କ ମନ୍ଦିର ବୁଲିବା ପାଇଁ ଏବଂ ବଣଭୋଜି କରିବା ପାଇଁ ଏକ ଖୁବ୍ ଭଲ ସ୍ଥାନ । ମନ୍ଦିର ପାଖରେ ସମୁଦ୍ର ଥିବାରୁ ଏଠାରେ ଉଭୟ ବୁଲିବା ଏବଂ ବଣଭୋଜି କରିବାର ମଜା ଆପଣ ଉଠାଇପାରିବେ ।