ଭୁବନେଶ୍ୱରରୁ ବାଂଲାଦେଶୀ ଯୁବତୀ । ଲକ୍ଷ୍ମୀସାଗର ଥାନା ଅଂଚଳରୁ ୫ ଯୁବତୀଙ୍କୁ ଅଟକ ରଖିଛି ଏସଟିଏଫ । ୨ଗିରଫ,ସେକ୍ସ ରାକେଟ୍ ଚାଲିଥିବା ସନ୍ଦେହରେ ଚଢାଉ

2,149

କନକ ବ୍ୟୁରୋ: ଭୁବନେଶ୍ୱରରୁ ଉଦ୍ଧାର ହେଲେ ବାଙ୍ଗାଲାଦେଶୀ ଯୁବତୀ । ଲକ୍ଷ୍ମୀସାଗର ଥାନା ଅଂଚଳରେ ୮ ଜଣ ବାଂଲାଦେଶୀ ଯୁବତୀ ଥିବା କୌଣସି ସୂତ୍ରରୁ ଖବର ପାଇଥିଲା କମିସନରେଟ ପୁଲିସ । ଏହାପରେ କମିସରେଟ ପୁଲିସର ଏସଟିଏଫ ଟିମ୍ ଲକ୍ଷ୍ମୀସାଗର ଥାନା ଅଂଚଳରେ ଚଢାଉ କରି ୫ ଜଣ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଛି । କିଛି ଗ୍ରାହକଙ୍କୁ ମଧ୍ୟ ପୁଲିସ ଅଟକ ରଖି ପଚରା ଉଚରା କରୁଥିବା ସୂଚନା ମିଳିଛି । ଏଥିସହ ଦେହବେପାରର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଇବ୍ରାହିମ୍ ଓ ଅଂଜଳିକୁ ଗିରଫ କରିଛି କମିସନରେଟ ପୁଲିସ । ଆଗକୁୁ ନୂଆବର୍ଷ ଆସୁଥିବାରୁ ଗରାଖକୁ ନୂଆ ଭେଟି ଦେବାକୁ ବାଲାଂଦେଶରୁ ଯୁବତୀଙ୍କୁ ଦେହ ଦଲାଲମାନେ ଆଣିଥିବା କୁହାଯାଉଛି ।

ତେବେ ବାଂଲାଦେଶରୁ ଏହି ଯୁବତୀମାନଙ୍କୁ ଭୁବନେଶ୍ୱର ଆଣିଲା କିଏ? କେଉଁ ରାସ୍ତା ଦେଇ ସେମାନେ ଓଡିଶା ଆସିଲେ ? ଏହି ଘଟଣା ପଛରେ ନିଶ୍ଚିତ ଏକ ବଡ ଧରଣର ରାକେଟ କାମ କରୁଛି । ତେଣୁ ରାକେଟର କିଙ୍ଗପିନ୍ କିଏ? ଗିରଫ ହୋଇଥିବା ଇବ୍ରାହିମ ଓ ଅଂଜଳିଙ୍କ ଉପରେ କାହାର ଆଶିର୍ବାଦ ରହିଛି କି? ନହେଲେ ଭୁବନେଶ୍ୱରରେ ଦେହ ବେପାର ଚଳାଇବାକୁ ସେମାନେ କେମିତି ସାହାସ ଜୁଟାଇ ପାରିଲେ ? ଏସବୁ ପ୍ରଶ୍ନର ଉତର ଖୋଜୁଛି ଏସଟିଏଫ ଟିମ୍ । ଅଟକ ରଖିଥିବା ବାଂଲଦେଶୀ ଯୁବତୀଙ୍କୁ ପଚରା ଉଚରା କରି ଦେହ ବେପାରର ମୂଳ ଯାଏଁ ପହଂଚିବାକୁ ଉଦ୍ୟମ କରୁଛି କମିସନରେଟ ପୁଲିସ ।