ରାଜଧାନୀ ଉପକଣ୍ଠରେ ଭାଲୁ : ଭୁବନେଶ୍ୱର ଉପକଣ୍ଠ ପିତାପଲ୍ଲୀ ନିକଟରୁ ୫ ଭାଲୁଛୁଆ ଉଦ୍ଧାର

94

କନକ ବ୍ୟୁରୋ : ରାଜଧାନୀ ଉପକଣ୍ଠରେ ଭାଲୁ । ଭୁବନେଶ୍ୱର ଉପକଣ୍ଠ ପିତାପଲ୍ଲୀ ନିକଟରୁ ୫ ଭାଲୁଛୁଆ ଉଦ୍ଧାର ହୋଇଛନ୍ତି । ସକାଳେ ଏହି ଭାଲୁଛୁଆ ଉଦ୍ଧାର ହୋଇଥିଲେ । ଗତକାଲି ସନ୍ଧ୍ୟାରେ ଆଉ ୨ ଭାଲୁଛୁଆ ଉଦ୍ଧାର ହୋଇଛନ୍ତି । ଗଡଖୋର୍ଦ୍ଧା ଛକ ନିକଟ ବିପ୍ରଚରଣ ବେଉରାଙ୍କ ଘର ଭିତରୁ ଏହି ଭାଲୁ ଛୁଆଙ୍କୁ ରଖାଯାଇଥିଲା । ତେବେ ଏହି ଭାଲୁଛୁଆ କେଉଁଠୁ ଆସିଲା ତାହା ଜଣାପଡିନାହିଁ । ବରୁଣେଇ ପାହାଡରୁ ଏହି ଭାଲୁଛୁଆ ଚାଲି ଆସିଥିବା ସନ୍ଦେହ କରୁଛନ୍ତି ବନବିଭାଗ ଅଧିକାରୀ । ଉଦ୍ଧାର ଭାଲୁଛୁଆଙ୍କୁ ବନବିଭାଗ କର୍ମଚାରୀ ନିଜ ହେପାଜତରେ ରଖିଛନ୍ତି ।