ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ମାମଲା । ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ୫ ଜଣଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ ।

81

କନକ ବ୍ୟୁରୋ : ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ମାମଲା । ଏହି ହତ୍ୟା ମାମଲାରେ ସମ୍ପୃକ୍ତି ନେଇ ୫ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ । ଅଭିଯୁକ୍ତଙ୍କଠାରୁ ୩ଟି ବନ୍ଧୁକ, ୬୨ଟି ଅଫୁଟା ଗୁଳି ଓ ୬ଟି ମୋବାଇଲ ଜବତ ହୋଇଛି । ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି ।

ଗତ ୨୦ ତାରିଖ ସକାଳ ୯ଟା ସମୟରେ କୌଣସି ଏକ କାମରେ ଦେବରାଜ ସୁମଣ୍ଡଳ ବସଷ୍ଟାଣ୍ଡକୁ ଯାଇଥିଲେ । ବସଷ୍ଟାଣ୍ଡରେ ଥିବା ଚାହା ଦୋକାନରେ ସେ ଚାହା ପିଉଥିବା ବେଳେ ଏକ କାରରେ ୩ରୁ ୪ ଜଣ ଯୁବକ ପହଞ୍ଚି, ତାଙ୍କ ଉପରକୁ ଲଗାତାର ୨୦ ରାଉଣ୍ଡ ଗୁଳିମାଡ କରି ଫେରାର ହୋଇ ଯାଇଛନ୍ତି ।

ଦୁର୍ବୃତ୍ତଙ୍କ ଗୁଳିମାଡରେ ଘଟଣାସ୍ଥଳରେ ଟଳି ପଡିଥିଲେ ବେଗୁନିଆ ପଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା କୋଦଳା ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହୋଇଥିଲା ।