ଭଦ୍ରକ ଚାନ୍ଦବାଲିରେ ବିଜେପି ନେତାଙ୍କୁ ଆକ୍ରମଣ ଘଟଣା । ୫ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

205

କନକ ବ୍ୟୁରୋ : ଗତକାଲି ଚାନ୍ଦାବାଲି କରଞ୍ଜମାଳ ଠାରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଓ ତାଙ୍କ ସହ ଥିବା ବ୍ୟକ୍ତିଙ୍କୁ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ୫ ଜଣ ଯାକ ବିଜେଡି କର୍ମୀ ବୋଲି ସୂଚନା ରହିଛି । ସେପଟେ ବିଜେଡି ମଧ୍ୟ ପାଲଟା ଏତଲା ଦେଇଛି । ଚାନ୍ଦବାଲି ବିଜେଡି ତରଫରୁ ୧୧ ଜଣଙ୍କ ନାମରେ ଅଭିଯୋଗ କରାଯାଇଛି ।

ଗତକାଲି ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଶ ପଣ୍ଡା କରଞ୍ଜମାଳରୁ ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଗାଡିକୁ ଭଙ୍ଗାରୁଜା କରିଥିଲେ । ଏହାସହ ତାଙ୍କ ସହ ଥିବା ଅନ୍ୟ ବ୍ୟକ୍ତିମାନେ ମଧ୍ୟ ଆକ୍ରମଣରେ ଶିକାର ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।