କନକ ବ୍ୟୁରୋ : ଆନନ୍ଦପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ହତ୍ୟା ଘଟଣାରେ ଦଣ୍ଡବିଧାନ କରିଛନ୍ତି ଜିଲ୍ଲା ଦୌରାଜଜ୍ କୋର୍ଟ । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ।
୨୦୧୯ ମାର୍ଚ୍ଚ ୨୫ ତାରିଖରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଆନନ୍ଦପୁର ବ୍ଲକ ଧକୋଠା ଠାରେ ରାମଚନ୍ଦ୍ର ବେହେରାଙ୍କୁ କିଛି ଲୋକ ହତ୍ୟା କରିଥିଲେ । ଏହାପରେ ଦୀର୍ଘ ୬ ବର୍ଷ ହେବ କୋର୍ଟରେ ମାମଲା ଚାଲିଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ ଆଜି ୫ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/36-2.jpg)