କନକ ବ୍ୟୁରୋ : ଘରୋଇ ବସ୍ କୁ ମୋଟା ଅଙ୍କର ଫାଇନ । କୋରାପୁଟରୁ ଭୁବନେଶ୍ୱର ଚଳାଚଳ କରୁଥିବା ଘରୋଇ ବସ୍ ଉପରେ ଆରଟିଓ ଭୁବନେଶ୍ୱର ୨ର ଟିମ୍ ଚଢ଼ାଉ କରି ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କାର ଜରିମାନା କରିଛି । ମେ ୨୦୧୯ର ମସିହାରୁ ଏହି ବସ୍ କ୍ୟାରିଏଜ ପରମିଟ ପାଇଁ ଟିକଟ ପୈଠ କରିନଥିଲା । ତେଣୁ ତା ବିରୋଧରେ ଆଉଟିଓ ଭୁବନେଶ୍ୱର ୨ ଏହି ମୋଟ ଅଙ୍କର ତଣ୍ଡ କାଟିଛି । ଏହି ଗାଡ଼ିର ନମ୍ବର ହେଉଛି ଓଡ଼ି ୧୦ ଏଫ ୦୪୦୯ ।
କୋରାପୁଟ ଜିଲ୍ଲା ପୁଜାରୀପୁଟର ସ୍ନେହରେଖା ପାଢ଼ୀଙ୍କ ନାଁରେ ଏହି ବସ୍ ପଂଜିକୃତ ଅଛି । ପଂଜିକରଣ ଖିଲାଫ ପାଇଁ ପାଂଚ ହଜାର ଟଙ୍କା, ପରମିଟ ଖିଲାଫ ପାଇଁ ୧୦ ହଜାର ଟଙ୍କା ଏବଂ କ୍ୟାରିଏଜ ପରମିଟ ଖିଲାଫ ପାଇଁ ୫ଲକ୍ଷ ୬୬ ହଜାର ୯୮୧ ଟଙ୍କା ଫାଇନ କରାଯାଇଛି । ମୋଟ ୫ ଲକ୍ଷ ୮୧ ହଜାର ୯୮୧ ଟଙ୍କାର ଚାଲଣ କାଟିଛି ଆରଟିଓ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/22-11.jpg)