ରୋଗ କରୁଛି ଗରିବ ! ରୋଗ ପାଇଁ ଭାରତରେ ୫.୫ କୋଟି ଲୋକ ରହିଛନ୍ତି ଗରିବ ସୀମାରେଖା ତଳେ ।

Advertisment
ରୋଗ କରୁଛି ଗରିବ ! ରୋଗ ପାଇଁ ଭାରତରେ ୫.୫ କୋଟି ଲୋକ ରହିଛନ୍ତି ଗରିବ ସୀମାରେଖା ତଳେ ।

image courtesy - www.amarujala.com

ଭାରତୀୟ ହେଲଥ୍ ଫାଉଣ୍ଡେସନର ତିନିଜଣ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନ ମୁତାବକ, ୫.୫ କୋଟି ଭାରତୀୟ ପ୍ରତିବର୍ଷ ସ୍ୱାସ୍ଥ୍ୟର ଦେଖାଶୁଣା କରିବାରେ ହେଉଥିବା ଖର୍ଚ୍ଚ କାରଣରୁ ଗରିବ ହୋଇଯାଉଛନ୍ତି । ଏଥି ମଧ୍ୟରୁ ୩.୮ କୋଟି ଲୋକ ରୋଗରେ ପିଡୀତ ହୋଇ ଔଷଧରେ ଖର୍ଚ୍ଚ କରିବା କାରଣରୁ ଗରିବ ସିମାରେଖା ତଳକୁ ଚାଲିଯାଇଛନ୍ତି । ପ୍ରତିବର୍ଷ କ୍ୟାନସର, ହୃଦ ରୋଗ ଏବଂ ମଧୁମେୟ ଭଳି ଭୟଙ୍କର ରୋଗ କାରଣରୁ ଅଧିକରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । କ୍ୟାନସର ରୋଗରେ ପିଡିତ ବ୍ୟକ୍ତିର ସ୍ୱାସ୍ଥ୍ୟ ସେବା ପାଇଁ ଏତେ ମାତ୍ରାରେ ଖର୍ଚ୍ଚ ହୋଇଥାଏ, ଜଣେ ଆର୍ଥିକ ସୁଦୃଢ ଥିବା ବ୍ୟକ୍ତି ବି ଖର୍ଚ୍ଚକୁ ତୁଲାଇ ଗରିବ ସିମାରେଖା ତଳକୁ ଚାଲି ଆସିଥାଏ ।
ସାଧାରଣତଃ ଏହା ଅନୁମାନ କରାଯାଇଛି, ଘରେ ହେଉଥିବା ଖର୍ଚ୍ଚର ମାତ୍ର ୧୦ ପ୍ରତିଶତ, ଯଦି ସ୍ୱାସ୍ଥ୍ୟ ସେବାରେ ଖର୍ଚ୍ଚ ହୁଏ ତେବେ ଏହା ଏକ ପରିବାର ପ୍ରତି ବିନାଶକାରୀ ହୋଇପଡିଥାଏ । ମୋଟାମୋଟି ଭାବରେ କହିବାକୁ ଗଲେ କ୍ୟାନସର ଭଳି ଭୟଙ୍କର ରୋଗ ମଣିଷକୁ ଗରିବ ସିମାରେଖାକୁ ଠେଲିଦେଇଥାଏ ।
ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ସରକାର ଏହି ରୋଗରେ ପିଡିତ ବ୍ୟକ୍ତି ମାନଙ୍କ ପାଇଁ ସାହାଯ୍ୟ ଯୋଗାଇଦେବା ନିମନ୍ତେ ଅନେକ ସ୍ୱାସ୍ଥ୍ୟବୀମା ଯୋଜନା ମାନ କରିଥିଲେ କିନ୍ତୁ ଏହା କେତେକ ସ୍ଥଳରେ କାମ କରିଥିବା ବେଳେ ଆଉ କେତେକ ସ୍ଥାନରେ କାର୍ଯ୍ୟକାରୀ ହୋଇପାରିନଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe