ବ୍ରିସବେନ୍ ଟେଷ୍ଟ: ପ୍ରଥମ ଦିନ ସୁଦ୍ଧା ୫ ୱିକେଟରେ ୨୭୪ ରନ୍ କରିଛି ଅଷ୍ଟ୍ରେଲିଆ । ପଦାର୍ପଣ ଟେଷ୍ଟରେ ୱାଶିଂଟନ ସୁନ୍ଦରଙ୍କୁ ଗୋଟିଏ, ନଟରାଜନଙ୍କୁ ମିଳିଲା ୨ଟି ୱିକେଟ୍ ।

132

କନକ ବ୍ୟୁରୋ : ବ୍ରିସବେନ ଟେଷ୍ଟର ପ୍ରଥମ ଦିନର ଖେଳ ଆଜି ଶେଷ ହୋଇଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ୨୭୪ ରନ କରିଛି । ଦଳ ପକ୍ଷରୁ ମାର୍ନସ ଲାବୁସେନ ୧୦୮ ରନ କରି ଶତକ ହାସଲ କରିଛନ୍ତି । ସେହିପରି କାମରେନ ଗ୍ରୀନ ଓ ଟିମ ପାଇନ ନଟଆଉଟ ରହିଛନ୍ତି । କାଲି ପୁଣି ଏହି ଦୁଇ ଖେଳାଳି ବ୍ୟାଟିଂ ଆରମ୍ଭ କରିବେ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦୁଇ ଓପନର ଭଲ ପାଳି ଆରମ୍ଭ କରିଥିଲେ । ଦଳ ପକ୍ଷରୁ ଲାବୁସେନ ୧୦୮, ମାଥ୍ୟୁ ୱାଡେ ୪୫, ଟିମ ପାଇନ ୩୮ ଓ ସ୍ମିଥ ୩୬ ରନ କରିଛନ୍ତି । ଫଳରେ ଦଳ ପ୍ରଥମ ଦିନ ଖେଳ ଶେଷ ୫ ୱିକେଟ ହରାଇ ୨୭୪ ରନ କରିଛି ।

ସେହିପରି ଭାରତୀୟ ଦଳ ଭଲ ବୋଲିଂ ପ୍ରଦର୍ଶନ ମଧ୍ୟ କରିଛନ୍ତି । ପଦାର୍ପଣ ଟେଷ୍ଟରେ ୱାଶିଂଟନ ସୁନ୍ଦରଙ୍କୁ ଗୋଟିଏ, ନଟରାଜନଙ୍କୁ ମିଳିଲା ୨ଟି ୱିକେଟ ମିଳିଛି । ଅନ୍ୟପକ୍ଷ ଏହି ଟେଷ୍ଟ ମ୍ୟାଚରେ ନବଦୀପ ସାଇନି ଆହତ ହୋଇଛନ୍ତି ।