ଧାମନଗର ବାଜି : କ’ଣ କହୁଛି ଟ୍ରେଣ୍ଡ ? ୪ର୍ଥ ରାଉଣ୍ଡ ସୁଦ୍ଧା କିଏ ଆଗରେ କିଏ ପଛରେ ?

189

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି । ଏହାରି ଭିତରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେପି ଆଗେଇ ଚାଲିଛି । ମୋଟ ୪ଟି ରାଉଣ୍ଡ ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୩୨୬୧ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି ସୁରଜ ସୂର୍ଯ୍ୟବଂଶୀ ।

୪ଟି ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୧୪ହଜାର ୯୨୦ଖଣ୍ଡ ଭୋଟ ମିଳିଥିବା ବେଳେ ସୁରଜ ସୂର୍ଯ୍ୟବଂଶୀଙ୍କୁ ୧୮ହଜାର ୧୮୧ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୫୫୭ , ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କୁ ହଜାରେ ୨ହଜାର ୩୬୨ ଖଣ୍ଡ ଭୋଟ ମିଳିଥିବା ବେଳେ ନୋଟାରେ ପଡିଛି ୧୨୪ ଖଣ୍ଡ ଭୋଟ । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗରେ ରହିଥିବା ବେଳେ ବିଜେପି ଶିବିରରେ ଉତ୍ସାହ ଖେଳି ଯାଇଛି ।