ମେ ୨୦ରେ ୪୯ ଆସନରେ ପଡିବ ଭୋଟ । ରାହୁଲ ଗାନ୍ଧୀ, ସ୍ମୃତି ଇରାନୀ, ରାଜନାଥ ସିଂହ, ପୀୟୁଷ ଗୋଏଲଙ୍କ ଭଳି ପ୍ରମୁଖ ନେତାଙ୍କର ହେବ ଭାଗ୍ୟ ନିର୍ଦ୍ଧାରଣ

402

କନକ ବ୍ୟୁରୋ : ଦେଶରେ ପଂଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ସୋମବାରଦିନ ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୯ଟି ଲୋକସଭା ଆସନରେ ଭୋଟଗ୍ରହଣ ହେବ । ଏହି ପର୍ଯ୍ୟାୟରେ ମହାରାଷ୍ଟ୍ରରେ ସର୍ବାଧିକ ୧୩ଟି ଲୋକସଭା ଆସନରେ ଭୋଟ ପଡିବ । ଏହାସହ ରାଜ୍ୟରେ ମତଦାନ ପ୍ରକ୍ରିୟା ଶେଷ ହୋଇଯିବ । ଉତରପ୍ରଦେଶରେ ମୋଟ ୧୪ ଆସନରେ ଭୋଟ ହେବ । ଏଥିମଧ୍ୟରେ ୨୦୧୯ ନିର୍ବାଚନରେ ବିଜେପି ୧୩ଟି ଆସନରେ ଜିତିଥିଲା । କେବଳ ରାୟବରେଲି ଆସନ କଂଗ୍ରେସ ହାତକୁ ଯାଇଥିଲା । ପଶ୍ଚିମବଙ୍ଗରେ ୭ଟି, ବିହାରରେ ୫ଟି, ଝାଡଖଣ୍ଡରେ ୩, ଓଡିଶାରେ ୫ଟି, ଜାମ୍ମୁ-କାଶ୍ମୀର ଓ ଲଦାଖରେ ଗୋଟିଏ ଲେଖାଁଏ ଆସନରେ ଭୋଟ ହେବ । ବର୍ତ୍ତମାନ ସୁଦ୍ଧ ଚାରୋଟି ପର୍ଯ୍ୟାୟରେ ମୋଟ ୩୭୯ ଆସନରେ ଭୋଟ ସରିଲାଣି । ବାକି ଆସନରେ ମେ ୨୦, ମେ ୨୫ ଓ ଜୁନ ପହିଲାରେ ଭୋଟଗ୍ରହଣ ହେବ ।

 ଏବେ ଆସନ୍ତୁ ଜାଣିବା ସୋମବାର ନିର୍ବାଚନରେ କେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ

ରାହୁଲ ଗାନ୍ଧି:  ରାୟବରେଲିରୁ ପ୍ରାର୍ଥୀ ହୋଇଛନ୍ତି ରାହୁଲ ଗାନ୍ଧି । ରାୟବରେଲିରୁ ସୋନିଆ ଗାନ୍ଧି ନ ଲଢିବା ପରେ ଏଠାରୁ ପ୍ରାର୍ଥୀ ହୋଇଛନ୍ତି ତାଙ୍କ ପୁଅ ରାହୁଲ ଗାନ୍ଧି । ରାହୁଲ କେରଳର ୱାଏନାଡରୁ ବି ନିର୍ବାଚନ ଲଢୁଛନ୍ତି

ସ୍ମତି ଇରାନୀ : ୟୁପିର ଆମେଥିରୁ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଛନ୍ତି । ୨୦୧୯ରେ ସ୍ମୃତି ରାହୁଲ ଗାନ୍ଧିଙ୍କୁ ହରାଇଥିଲେ । ଏବେ ଏଠାରୁ ରାହୁଲ ଗାନ୍ଧି ଲଢୁନାହାନ୍ତି । ତଥାପି କଂଗ୍ରେସ-ସମାଜବାଦୀ ପାର୍ଟି ମଧ୍ୟରେ ମେଂଟ ହୋଇଥିବାରୁ ଏଠାରେ ସ୍ମୃତି କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି ।

ରାଜନାଥ ସିଂହ: ଲକ୍ଷେ୍ନøରୁ ବିଜେପି ପ୍ରାର୍ଥୀ ଭାବେ ଲଢୁଛନ୍ତି ରାଜନାଥ ସିଂହ । ରାଜନାଥ ସିଂହ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ଅଛନ୍ତି ।

ପୀୟୁଷ ଗୋଏଲ:ମୁମ୍ବାଇ ଉତରରୁ ପ୍ରାର୍ଥୀ ହୋଇଛନ୍ତି ପୀୟୁଷ । ସେ ଏବେ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି ।

 ଓମାର ଅବଦୁଲ୍ଲା: ବାରମୁଲ୍ଲାରୁ ପ୍ରାର୍ଥୀ ହୋଇଛନ୍ତି ଓମାର । ଏଠାରୁ ସେ ନ୍ୟାନନାଲ କନଫରେନସର ପ୍ରାର୍ଥୀ ଭାବେ ଲଢୁଛନ୍ତି ।