ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମୈଦାନରେ ବିଭିନ୍ନ ଦଳର ପ୍ରାର୍ଥୀ । ବାରିପଦା ଓ କାକଟପୁରରେ ଭୋଟରଙ୍କୁ ମନେଇବା ଲାଗି ଉଦ୍ୟମ କରୁଛନ୍ତି ନେତା

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମୈଦାନରେ ବିଭିନ୍ନ ଦଳର ପ୍ରାର୍ଥୀ

150

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ନିଜ ନିଜ ଦଳକୁ ଜିତାଇବା ଲାଗି ଉଦ୍ୟମ କରୁଛନ୍ତି ନେତା । ତେବେ ହାତରେ ଆଉ ମାତ୍ର ୩ ଦିନ ସମୟ ଥିବାରୁ ଦିନରାତିକୁ ଏକ କରି ଭୋଟ ହାତେଇବା ପାଇଁ ନେତାଙ୍କ ଜାରି ରହିଛି ଉଦ୍ୟମ । ତେବେ ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ନିର୍ବାଚନମଣ୍ଡଳିରେ ଜୋରସୋରରେ ଚାଲିଛି ନିର୍ବାଚନି ପ୍ରଚାର । କାକଟପୁର ସଂରକ୍ଷିତ ବିଧାନସଭା ଆସନରେ ପ୍ରଚାର ଜୋରଦାର ହୋଇଛି । ବିଜେଡି, କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଉଛି । କଂଗ୍ରେସ ପ୍ରାର୍ଥୀ ବିଶ୍ୱଭୂଷଣ ଦାସ ରୋଡ ସୋ ମାଧ୍ୟମରେ ଭୋଟରଙ୍କ ପାଖକୁ ଯାଇ ଭୋଟ ମାଗୁଛନ୍ତି । ଏଠାରୁ ବିଜେଡିରୁ ତୁଷାରକାନ୍ତି ବେହେରା ନିର୍ବାଚନ ଲଢୁଥିବାବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଛବି ମଲ୍ଲିକ । ସେପଟେ କଂଗ୍ରେସ ପ୍ରାର୍ଥୀ ମଧ୍ୟ ରୋଡ ସୋ’ କରୁଛନ୍ତି ।

ବିଜେଡି ପ୍ରାର୍ଥୀ ବି ଏଠାରେ ଜୋରଦାର ପ୍ରଚାର ଚଳାଇଛନ୍ତି । ସେପଟେ ବାରିପଦା ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର ରହିଛି । ଏଠାରେ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଛି । ଏଠାରୁ ବିଜେଡିରୁ ଲଢୁଛନ୍ତି ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ୍ବ । ବିଜେପିରୁ ପ୍ରକାଶ ସୋରେନ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେରୁ ପ୍ରାର୍ଥୀ ହୋଇଛନ୍ତି ଦଶରଥ ସିଂ । ଏହି ଆସନ ୩ ଦଳ ବିଶେଷକରି ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ।