ପୁଣି ମୁଣ୍ଡ ନେଲା ‘କରୋନା’ । ଭୟଙ୍କର ଭାଇରସ ସଂକ୍ରମଣରେ ଭାରତରେ ଚତୁର୍ଥ ମୃତ୍ୟୁ ।

16,550

କନକ ବ୍ୟୁରୋ : ପୁଣି ମୁଣ୍ଡ ନେଲା କରୋନା ଭାଇରସ । କରୋନା ସଂକ୍ରମଣରେ ଭାରତରେ ଆଉ ଜଣେ ଆକ୍ରାନ୍ତଙ୍କ ମୃୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୬ ହଜାର ଟପିଥିବା ବେଳେ ଏକ ଭଲ ଖବର ବି ରହିଛି । ତା ହେଉଛି ପ୍ରାୟ ୮୪ ହଜାର ୩୪୦ ଜଣ କରୋନା ମୁକ୍ତ ହୋଇଛନ୍ତି । ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ପରେ ଏତେ ସଂଖ୍ୟାରେ ଲୋକ ବର୍ତମାନ ସୁଦ୍ଧା କରୋନା ମୁକ୍ତ ହୋଇପାରିଛନ୍ତି ।

ଭାରତରେ ବର୍ତମାନ ସୁଦ୍ଧା ୧୬ ଜଣ କରୋନା ମୁକ୍ତ ହୋଇଥିବା ସୂଚନା ରହିଛି । ବର୍ତମାନ ସାରା ବିଶ୍ୱ କରୋନା ସହ ଲଢେଇ କରୁଥିବା ବେଳେ ଏପରି ଖବର ବିରାଟ ଆଶା ସଂଚାର କରିଛି । ଚିକିତ୍ସା ବିଜ୍ଞାନ ବର୍ତମାନ ସୁଦ୍ଧା କରୋନା ନେଇ କୌଣସି ନିର୍ଦ୍ଦିଷ୍ଟ ଔଷଧ ବାହାର କରିପାରିନଥିଲେ ମଧ୍ୟ, ସଚେତନତା ସ୍ୱଚ୍ଛତା ଓ ଚିକିତ୍ସା ବଳରେ ଏହାକୁ ଭଲ କରାଯାଇପାରିବ ବୋଲି ଆଶା ସଂଚାର ହୋଇଛି ।