କଂସଙ୍କ ଅଟ୍ଟହାସ୍ୟରେ କମ୍ପୁଛି ବରଗଡ଼ । ପୁତନା ଓ ସଡ଼ମଲ୍ଲଙ୍କୁ ପରାସ୍ତ ସହ ଚାଲିଛି କୃଷ୍ଣ, ବଳରାମଙ୍କ ଲୀଳା । ଆଜି କାଳୀୟ ଦଳନ ।

49

କନକ ବ୍ୟୁରୋ: ବିଶ୍ୱର ସର୍ବ ବୃହତ ଖୋଲା ରଙ୍ଗମଞ୍ଚର ଚତୁର୍ଥ ଦିନରେ ମହାରାଜ କଂସଙ୍କ ଦ୍ୱାରା ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀ କୃଷ୍ଣ ବଳରାମଙ୍କ ହାତରେ ନିଧନ ହୋଇଥିବା ବେଳେ ଗୋପପୁରରେ ଦେଖାଦେଇଛି ଉତ୍ସବର ମାହୋଲ । ଘରେ ଘରେ କୃଷ୍ଣ ବଳରାମଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ କୃଷ୍ଣ ବଳରାମଙ୍କୁ ପାଖରେ ପାଇଁ ଗୋପପୁର ବାସୀ ଉତ୍ସାହୀତ ହୋଇ ପଡିଛନ୍ତି ।

ଏପଟେ ମହାରାଜ କଂସ ସଡମଲ୍ଲଙ୍କ ସହ ପୁତନାର ନିଧନରେ ମର୍ମାହତ ହୋଇ କାଳୀୟ ନାଗକୁ ପଠାଇଛନ୍ତି ଗୋପପୁରକୁ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ । ଚତୁର୍ଥ ଦିନରେ ଗୋପପୁରର ଦୃଶ୍ୟ ଥିଲା ବେଶ ନିଆରା, ସତେ ଯେପରି ଦ୍ୱାପର ଯୁଗ ଭଳି ଲାଗୁଥିଲା । ଭଗବାନ ଶ୍ରୀକୃଷ୍ଣ ଓ ବଡ଼ଭାଇ ବଳରାମ ଚନ୍ଦ୍ରକଳା ପରି ନନ୍ଦ ଉଆସରେ ବଢ଼ିବାରେ ଲାଗିଥିବା ବେଳେ ଗୋପପୁରରେ ଭଗବାନଙ୍କ ନଗର ପରିକ୍ରମା ପାଇଁ ଆୟୋଜନ କରାଯାଇଥିଲା । ଏଥିପାଇଁ ସାରା ଗୋପପୁର ଉତ୍ସବ ମୁଖରିତ ହୋଇଥିବା ବେଳେ ଘରେ ଘରେ ଝୋଟି ପକା ଯାଇଛି , କୃଷ୍ଣ ବଳରାମଙ୍କ ପାଦଧୋଇ ଧୂପ ଦୀପ ନାଇବେଦ୍ୟ ଦେଇ ପୂଜାଅର୍ଚ୍ଚନା କରାଯାଇଛି ।

ଅନ୍ୟପଟେମହାରାଜ କଂସ ସୌନ୍ୟସାମନ୍ତଙ୍କ ସହ ନଗର ଭ୍ରମଣରେ ବାହାରିଥିବା ବେଳେ ମଥୁରାର ଜିଏସଟି କାର୍ଯ୍ୟାଳୟକୁ ଯାଇ କିପରି ରାଜକୋଷ ଖାଲି ହେଉଛି ବୋଲି ପ୍ରଶ୍ନ କରିବା ସହ କିପରି ଖଜଣା ଆଦାୟ କମି ଯାଉଛି କହି ତାଗିତ କରିଥିଲେ । ଆଜି ଧନୁଯାତ୍ରାର ୫ମ ଦିନରେ ଗୋପପୁରରେ କୃଷ୍ଣ ବଳରାମଙ୍କ ବାଲ୍ୟଲିଳା ଦେଖିବାକୁ ମିଳିବ ।