କନକ ବ୍ୟୁରୋ: ରାଜ୍ୟର ଚତୁର୍ଥ କରୋନା ଆକ୍ରାନ୍ତ ଭଦ୍ରକ ଅଂଚଳର ବୋଲି ଚିହ୍ନଟ ହେବା ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ । ଚେକିଂକୁ ଜୋରଦାର କରାଯାଇଛି । ଭଦ୍ରକ ଅଂଚଳର କେବଳ ଔଷଧ ଦୋକାନ ଛଡା ଅନ୍ୟ ସମସ୍ତ ଦୋକାନ ବନ୍ଦ ରଖିବାକୁ ମାଇକ ଯୋଗେ ପ୍ରଚାର କରାଯାଉଛି । ଅନ୍ୟପଟେ ଚତୁର୍ଥ କରୋନା ଆକ୍ରାନ୍ତଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କ୍ୱାରେଂଟାଇନରେ ରଖାଯାଇଛି ।
ସୂଚନା ଅନୁଯାୟୀ ଏହି ଯୁବକ ଜଣଙ୍କ ଦୁବାଇରୁ ଫେରିବା ପରେ ୧୪ ଦିନ ଧରି ଭଦ୍ରକରେ ରହିଥିଲେ । ଏବଂ ଗତ ୩୦ତାରିଖରେ ଭଦ୍ରକ ମେଡିକାଲରେ ନାମ ପଞ୍ଜିକରଣ କରିଥିଲେ । ଗତକାଲି ଏମ୍ସରେ ତାଙ୍କ ରକ୍ତ ନମୁନାରୁ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ଦୁବାଇରୁ ଫେରିବା ପରେ ଆକ୍ରାନ୍ତ ଯୁବକ କେଉଁଠିକୁ ଯାଇଥିଲେ, କେତେ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଠାବ କରିବା ପ୍ରଶାସନ ପାଇଁ ବଡ ଚାଲେଞ୍ଜ ହେବ ।
  
 Follow Us
                            
                        
                            
                            /kanak/media/post_attachments/wp-content/uploads/2020/04/Screen-Shot-2020-04-01-at-10.11.47-AM.png)