ଭଦ୍ରକରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ତତ୍ପର । ଔଷଧ ଦୋକାନ ଛଡା ସମସ୍ତ ଦୋକାନ ବନ୍ଦ ରଖିବାକୁ ମାଇକ୍ ଯୋଗେ ପ୍ରଚାର

କ୍ୱାରେଂଟାଇନରେ ରହିଲେ ଆକ୍ରାନ୍ତଙ୍କ ପରିବାର ଅନ୍ୟ ସଦସ୍ୟ; ଚେକିଂ ଜୋରଦାର

3,069

କନକ ବ୍ୟୁରୋ: ରାଜ୍ୟର ଚତୁର୍ଥ କରୋନା ଆକ୍ରାନ୍ତ ଭଦ୍ରକ ଅଂଚଳର ବୋଲି ଚିହ୍ନଟ ହେବା ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ । ଚେକିଂକୁ ଜୋରଦାର କରାଯାଇଛି । ଭଦ୍ରକ ଅଂଚଳର କେବଳ ଔଷଧ ଦୋକାନ ଛଡା ଅନ୍ୟ ସମସ୍ତ ଦୋକାନ ବନ୍ଦ ରଖିବାକୁ ମାଇକ ଯୋଗେ ପ୍ରଚାର କରାଯାଉଛି । ଅନ୍ୟପଟେ ଚତୁର୍ଥ କରୋନା ଆକ୍ରାନ୍ତଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କ୍ୱାରେଂଟାଇନରେ ରଖାଯାଇଛି ।

ସୂଚନା ଅନୁଯାୟୀ ଏହି ଯୁବକ ଜଣଙ୍କ ଦୁବାଇରୁ ଫେରିବା ପରେ ୧୪ ଦିନ ଧରି ଭଦ୍ରକରେ ରହିଥିଲେ । ଏବଂ ଗତ ୩୦ତାରିଖରେ ଭଦ୍ରକ ମେଡିକାଲରେ ନାମ ପଞ୍ଜିକରଣ କରିଥିଲେ । ଗତକାଲି ଏମ୍ସରେ ତାଙ୍କ ରକ୍ତ ନମୁନାରୁ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ଦୁବାଇରୁ ଫେରିବା ପରେ ଆକ୍ରାନ୍ତ ଯୁବକ କେଉଁଠିକୁ ଯାଇଥିଲେ, କେତେ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଠାବ କରିବା ପ୍ରଶାସନ ପାଇଁ ବଡ ଚାଲେଞ୍ଜ ହେବ ।

Comments are closed.