ଆଜି ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ! ଓଡ଼ିଶାର ୨ ଜଣ ସାଂସଦଙ୍କ ଟିକେଟ କଟିଥିବା ନେଇ ସୂଚନା ।

ଆଜି ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ! ଓଡ଼ିଶାର ୨ ଜଣ ସାଂସଦଙ୍କ ଟିକେଟ କଟିଥିବା ନେଇ ସୂଚନା ।

କନକ ବ୍ୟୁରୋ: ଆଜି ଆସିପାରେ ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଏଥିରେ ଓଡ଼ିଶାର ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି । ତେବେ କାହାକୁ ଟିକେଟ୍ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏଏନଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଢିପାରନ୍ତି । ସେହିପରି ପୁରୀରୁ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବତ ପାତ୍ରଙ୍କୁ ଟିକେଟ୍ ମିଳିପାରେ । ଏହା ସହ ଭୁବନେଶ୍ୱରରୁ ପୁଣି ଥରେ ଅପରାଜିତା ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିପାରେ ଦଳ । ଦୁଇ ଜଣ ସାଂସଦଙ୍କ ଟିକେଟ୍ କଟିଥିବା ସୂଚନା ମିଳିଛି । ହେଲେ କାହାକୁ କେଉଁଠି ଟିକେଟ୍ ମିଳୁଛି ଓ କାହାର ଟିକେଟ୍ କଟୁଛି, ତାହା ପ୍ରାର୍ଥୀ ଘୋଷଣା ପରେ ସ୍ପଷ୍ଟ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe