କନକ ବ୍ୟୁରୋ: ଆଜି ଆସିପାରେ ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଏଥିରେ ଓଡ଼ିଶାର ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି । ତେବେ କାହାକୁ ଟିକେଟ୍ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଏଏନଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଢିପାରନ୍ତି । ସେହିପରି ପୁରୀରୁ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବତ ପାତ୍ରଙ୍କୁ ଟିକେଟ୍ ମିଳିପାରେ । ଏହା ସହ ଭୁବନେଶ୍ୱରରୁ ପୁଣି ଥରେ ଅପରାଜିତା ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିପାରେ ଦଳ । ଦୁଇ ଜଣ ସାଂସଦଙ୍କ ଟିକେଟ୍ କଟିଥିବା ସୂଚନା ମିଳିଛି । ହେଲେ କାହାକୁ କେଉଁଠି ଟିକେଟ୍ ମିଳୁଛି ଓ କାହାର ଟିକେଟ୍ କଟୁଛି, ତାହା ପ୍ରାର୍ଥୀ ଘୋଷଣା ପରେ ସ୍ପଷ୍ଟ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/18BJP.jpg)