ବିଜୁଳି ଦର ବୃଦ୍ଧିକୁ କଂଗ୍ରେସ କରିବ ବିରୋଧ : ଆସନ୍ତାକାଲି ଅଧାଘଂଟା ପାଇଁ ବିଦ୍ୟୁତ୍ ଉପକରଣ ବନ୍ଦ ରଖିବାକୁ ଆହ୍ୱାନ ଦେଲେ ପିସିସି ସଭାପତି

କହିଲେ, ଗୋଟିଏ ୟୁନିଟ ବିଜୁଳି ଉପାଦାନ ପାଇଁ ଖର୍ଚ୍ଚ ହେଉଛି ୩ଟଙ୍କା ଗ୍ରାହକ ଦେଉଛନ୍ତି ୬ଟଙ୍କା

87

କନକ ବ୍ୟୁରୋ : ବିଦ୍ୟୁତ ଦର ବୃଦ୍ଧିକୁ କଂଗ୍ରେସ ବିରୋଧ । ବିଦ୍ୟୁତ୍ ଦର ବୃଦ୍ଧିକୁ ନେଇ ପିସିସ ସଭାପତି ନିରଂଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । କରୋନା ସମୟରେ ଲୋକଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପଡ଼ିଛି । ଗତ ୭ମାସ ଭିତରେ ୫୦ ପଇସା ବିଦ୍ୟୁତ ଦର ବୃଦ୍ଧି ପାଇଛି । ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ ପାଇଁ ୟୁନିଟ ପିଛା ୩ଟଙ୍କା ଖର୍ଚ୍ଚ ହେଉଛି ।

ହେଲେ ଆମକୁ ଦେବାକୁ ପଡ଼ୁଛି ୬ଟଙ୍କା । ଏହାକୁ ବିରୋଧ କରି ସମସ୍ତ ବ୍ଲକ ଓ ସଦରରେ ଧାରଣାରେ ବସିବ କଂଗ୍ରେସ । ଆସନ୍ତାକାଲି ସମସ୍ତ ବିଦ୍ୟୁତ୍ ସାମଗ୍ରୀ ସୁଇଜ ଅଫ୍ କରିବାକୁ ଅନୁରୋଧ କରାଯାଇଛି । କାଲି ସଂଧ୍ୟା ୬ଟାରୁ ୭ଟା ଯାଏଁ ବନ୍ଦ ରଖିବାକୁ ନିରଜଂନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।