ତାଳଚେର ଫ୍ଲାଇଂ ସ୍କ୍ବାଡ୍‌ ଚଢାଉ ! କାରରୁ ମିଲିଲା ନଗଦ ୪ ଲକ୍ଷ ଟଙ୍କା ସହ ମାଉଜର

ତାଳଚେର ଫ୍ଲାଇଂ  ସ୍କ୍ବାଡ୍‌ ଚଢାଉ ! କାରରୁ ମିଲିଲା ନଗଦ ୪ ଲକ୍ଷ ଟଙ୍କା ସହ ମାଉଜର

Source:News18 Hindi

କନକ ବ୍ୟୁରୋ : ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ଛକ ନିକଟରେ ପୁଲିସ ଏକ କାରକୁ ୪ ଲକ୍ଷ ଟଙ୍କା ସହ ଏକ ମାଉଜର ଜବତ କରିଛି। ଏହି ଘଟଣାରେ ଦୁଇଜଣ ଯୁବକଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ, ବ୍ରାହ୍ମଣୀ ନଦୀ ଆଡୁ ଏକ ଧଳା ରଙ୍ଗର କାର (ଓଡି-୧୯ଡି- ୨୧୨୦) ତାଳଚେର ଆଡକୁ ଦ୍ରୁତ ଗତିରେ ଆସିଥିଲା। ତାଳଚେର ପୁଲିସର ଏକ ସ୍ୱତନ୍ତ୍ର ସ୍କ୍ବାଡ୍ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲା। ତେବେ କାରଟି ଦ୍ରୁତ ଗତିରେ ପଳାଇବାରୁ ପୁଲିସ ଏହାର ପିଛା କରି ସନ୍ଥପଡ଼ା ଛକଠାରେ ଅଟକାଇଥିଲେ।

ପୁଲିସର ତନଖି ବେଳେ କାର ଭିତରେ ୪ ଲକ୍ଷ ଟଙ୍କା ସହ ଏକ ମାଉଜର୍ ଥିବା ଦେଖିବାକୁ ମିଳିଥିଲା। ପୁଲିସ ୪ ଲକ୍ଷ ଟଙ୍କା ସହ ମାଉଜର ଜବତ କରି କାରକୁ ତାଳଚେର ଥାନାକୁ ଆଣିଥିଲା। କାର ଭିତରେ ଥିବା ଦୁଇଜଣ ଯୁବକଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି। ଏହି ଟଙ୍କା ସହ ନିର୍ବାଚନର କୌଣସି ସଂପର୍କ ଅଛି ନା ନାହିଁ ସେ ସଂପର୍କରେ ପୁଲିସ ତଦନ୍ତ ଚାଲୁ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe