୪ ଜି ୟୁଜର୍ସଙ୍କ ପାଇଁ ଖୁସିଖବର ! ଖୁବଶୀଘ୍ର ବଢିବ ୪ ଜି’ର ଡାଉନଲୋଡ ସ୍ପୀଡ୍ ।

Advertisment
୪ ଜି ୟୁଜର୍ସଙ୍କ ପାଇଁ ଖୁସିଖବର ! ଖୁବଶୀଘ୍ର ବଢିବ ୪ ଜି’ର ଡାଉନଲୋଡ ସ୍ପୀଡ୍ ।

source : Lokmat.com

ଆପଣଙ୍କ ଫୋନରେ ୪ଜି ସୁବିଧା ଥାଇ ମଧ୍ୟ ଯଦି ଡାଉନଲୋଡ ସ୍ପୀଡ୍ କମ୍ ହେଉଛି ତେବେ ଚିନ୍ତା କରନ୍ତୁ ନାହିଁ ଆପଣଙ୍କ ଚିନ୍ତାର ଅନ୍ତ ଘଟିବାକୁ ଯାଉଛି । ଦୁରସଞ୍ଚାର ବିଭାଗ ଗ୍ରାହକଙ୍କ ଅସୁବିଧାକୁ ଆଖି ଆଗରେ ରଖି ସ୍ପେକ୍ଟ୍ରମ ହାର୍ମୋନାଇଜେସନକୁ ଏଥିପାଇଁ ମଞ୍ଜୁରୀ ଦେଇଦେଇଛି । ଏବେ ୟୁଜର୍ସଙ୍କୁ ଫୋନରେ ଡାଉନଲୋଡ୍ କରିବା ସମସ୍ୟା ଖୁବ୍ କମ୍ ଦେଖାଯିବ । ଦୁରସଞ୍ଚାର ବିଭାଗ କହିବା ଅନୁସାରେ ସ୍ପେକ୍ଟ୍ରମ ହାର୍ମୋନାଇଜେସନକୁ ସବୁଜ ସଂକେତ ମିଳିବା ପରେ ହିଁ ୪ଜି ସ୍ପୀଡର ଗୁଣବତ୍ତା ବିଷୟରେ ଜାଣିବାକୁ ମିଳିବ । ଏହି ସେବାରେ ଗ୍ରାହକଙ୍କ ଲାଭ ହେବା ସହ ସେବା ପ୍ରଦାନ କରୁଥିବା କମ୍ପାନୀକୁ ମଧ୍ୟ ସମପରିମାଣରେ ଲାଭ ମିଳିବ । publive-imageଦୁରସଞ୍ଚାର ବିଭାଗ ଅନୁସାରେ ୨,୩୦୦ ଏବଂ ୨,୫୦୦ ମେଗାୱାଟ୍ ବ୍ୟାଣ୍ଡର ହାର୍ମୋନାଇଜେସନ ହେବ । ଭାରତରେ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ପାଖରେ ୨,୩୦୦ ମେଗାୱାଟ୍ ବ୍ୟାଣ୍ଡ ରହିଛି । ଏହି ସେବାର ଲାଭ ଗ୍ରାହକଙ୍କୁ ଡାଉନଲୋଡ୍ ଏବଂ ଅପଲୋଡ୍ କରିବାରେ ସହାୟକ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe