କନକ ବ୍ୟୁରୋ : ଝାଡାବାନ୍ତିରେ ୪ ଜଣଙ୍କର ମୃତ୍ୟୁ । ରାଉରକେଲାରେ ଦୁଇ ଦିନରେ ୪ ଜଣଙ୍କର ମୃତ୍ୟୁ ଏବେ ଲୋକଙ୍କ ମନରେ ଆତଙ୍କ ଖେଳାଇଛି । ୧୦୨ ଜଣ ଆକ୍ରାନ୍ତ ଏବେ ରାଉରକେଲାର ଆଇଜିଏଚ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି । ରାଉରକେଲାର ପାନପୋଷ ସହ ବସ୍ତି ଅଂଚଳ ତଥା ସେକ୍ଟର ଅଂଳଚରେ ଝାଡାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ କେଉଁ କାରଣରୁ ହଠାତ୍ ଏଭଳି ଝାଡାବାନ୍ତି ବ୍ୟାପିଲା ତାର କାରଣ ଜଣାପଡିନାହିଁ । କାରଣ ଜାଣିବା ପାଇଁ ରୋଗୀଙ୍କ ନମୂନା ସଂଗ୍ରହ କରାଯାଇଛି । ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଆଶଙ୍କା ଥିବାରୁ ହସ୍ପିଟାଲରେ ବେଡ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି । ଆଜିଏଚ ହସ୍ପିଟାଲର ଭାରପ୍ରାପ୍ତ ଅଧିକାରୀ ସୁଧାରାଣୀ ପ୍ରଧାନ ଏନେଇ ସୂଚନା ଦେଇଛନ୍ତି ।
ରାଉରକେଲାରେ ଝାଡାବାନ୍ତିରେ ଦୁଇ ଦିନରେ ଗଲାଣି ୪ ଜଣଙ୍କ ଜୀବନ । ଶତାଧିକ ଆକ୍ରାନ୍ତ, ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି
/kanak/media/post_attachments/wp-content/uploads/2023/12/24-16.jpg)