କନକ ବ୍ୟୁରୋ: ଭୁବନେଶ୍ୱରରୁ ଆଜି ଆଉ ୪୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୫ ଜଣ ଆକ୍ରାନ୍ତ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୩୧କୁ ବୃଦ୍ଧି ପାଇଥିବା ବେଳେ ୫୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Advertisment

ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ବରମୁଣ୍ଡା, ଗଙ୍ଗନଗର, ୟୁନିଟ -୩ ଖାରବେଳ ନଗର, ଟଙ୍କାପାଣି, ବିଜେବି ନଗର, ଭରତପୁର ଓ ଲକ୍ଷ୍ମୀସାଗର ଅଂଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଏଜି ଛକ ନିକଟ ଏକ ସରକାରୀ ଅଫିସର କର୍ମଚାରୀ ଏବଂ ୟୁନିଟ -୩ ସରକାରୀ କ୍ୱାର୍ଟର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପୋଖରିପୁଟ, ନୟାପଲ୍ଲୀ ଓ ଖଣ୍ଡଗିରିରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହାସହ କେବଳ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୧ହଜାର ୨୩୧କୁ ବୃଦ୍ଧି ପାଇଛି । ୫୭୬ଜଣ ସୁସ୍ଥ ହୋଇଥିବା ବେଳେ ୧୧ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଏବେ ୬୪୨ଟି ସକ୍ରିୟ ମାମଲା ରହିଛି ।